Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

12 ଜାନୁଆରୀରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

12 ଜାନୁଆରୀରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ

ଜେ ବି ଏନ, ୧୦/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 12 ଜାନୁଆରୀ 2021 ସକାଳ 10.30ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ ।

ଜାତୀୟ ଯୁବ ସଂସଦ ଉତ୍ସବ

ଜାତୀୟ ଯୁବ ସଂସଦ ଉତ୍ସବ (ଏନୱାଇପିଏଫ)ର ଉଦ୍ଦେଶ୍ୟ ହେଲା 18ରୁ 25 ବର୍ଷ ବୟସର ଭୋଟ ଦେବା ଅଧିକାର ପାଇଥିବା ଓ ଆଗାମୀ ଦିନରେ ସରକାରୀ ଚାକିରି ସମେତ ବିଭିନ୍ନ ପେସାରେ ଯୋଗ ଦେବାକୁ ଯାଉଥିବା ଯୁବ ପିଢିଙ୍କ ବିଚାର ଶୁଣିବା । 31 ଡିସେମ୍ବର 2017 ମନ କି ବାତ ଅଭିଭାଷଣରେ ପ୍ରତିଫଳିତ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଆଧାରରେ ଏନୱାଇପିଏଫ ଗଢି ଉଠିଛି । ଏହି ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଜାନୁୟାରୀ 12ରୁ 27, 2019 ଯାଏଁ ନବ ଭାରତର ସ୍ୱର ପାଲଟିବା, ନୀତି ପ୍ରଣୟନରେ ଭାଗ ନେବା ଓ ସମାଧାନ ଖୋଜିବା ବିଷୟକୁ ନେଇ ପ୍ରଥମ ଏନୱାଇପିଏଫ ଆୟୋଜିତ ହୋଇଥିଲା। ସମୁଦାୟ 88 ହଜାର ଯୁବକ/ଯୁବତୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଦ୍ୱିତୀୟ ଏନୱାଇପିଏଫ ଡିସେମ୍ବର 23, 2020ରୁ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରୁ 2.34 ଲକ୍ଷ ଯୁବକ/ଯୁବତୀ ଅଂଶଗ୍ରହଣ କରିଥିଲେ । ଏହା ପରେ ଜାନୁୟାରୀ 1ରୁ 5, 2021 ଯାଏଁ ରାଜ୍ୟ ଯୁବ ସଂସଦଗୁଡିକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା। ଦ୍ୱିତୀୟ ଏନୱାଇପିଏଫର ଅନ୍ତିମ ପର୍ଯ୍ୟାୟ ଜାନୁୟାରୀ 11, 2021ରେ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେବ । ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ଲୋକସଭା ସାଂସଦ ପରବେଶ ସାହିବ ସିଂ ଓ ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କେତକରଙ୍କୁ ନେଇ ଗଠିତ ଜାତୀୟ ବିଚାରକ ମଣ୍ଡଳୀ ସମୁଖରେ 29 ଜାତୀୟ ବିଜେତା ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ତିନି ବିଜେତା ଜାନୁଆରୀ 12ରେ ହେବାକୁ ଥିବା ଉଦଯାପନୀ ଉତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବକ୍ତବ୍ୟ ପ୍ରଦାନ କରିବାର ସୁଯୋଗ ପାଇବେ ।

ଜାତୀୟ ଯୁବ ଉତ୍ସବ

ପ୍ରତିବର୍ଷ ଜାନୁଆରୀ 12ରୁ 16 ଯାଏଁ ଜାତୀୟ ଯୁବ ଉତ୍ସବ ପାଳିତ ହୋଇଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଜାନୁୟାରୀ 12ରେ ଜାତୀୟ ଯୁବ ଦିବସ ପାଳିତ ହୁଏ । ଚଳିତ ବର୍ଷ ଜାତୀୟ ଯୁବ ଉତ୍ସବ ସହ ଏନୱାଇପିଏଫ ପାଳିତ ହେଉଛି।

ଦେଶର ଯୁବପୀଢିଙ୍କୁ ଏକୀକୃତ ଭାବେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପ୍ରଦାନ, ଉଭୟ ଔପଚାରିକ ଓ ଅନୌପଚାରିକ ଭାବେ ସାଂସ୍କୃତିକ ଓ ସାମାଜିକ ବିବିଧତା ସମ୍ପର୍କରେ ମତ ବିନିମୟ ମାଧ୍ୟମରେ କ୍ଷୁଦ୍ର ଭାରତ ନିର୍ମାଣ ପାଇଁ ମଞ୍ଚ ପ୍ରଦାନ କରିବା ଜାତୀୟ ଯୁବ ଉତ୍ସବର ଉଦ୍ଦେଶ୍ୟ । ଏହା ଜାତୀୟ ସଂହତି, ସାମ୍ପ୍ରଦାୟିକ ସଦଭାବ, ଭାଇଚାରା, ବୀରତ୍ୱ ଓ ସାହସିକତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କାୟମନୋବାକ୍ୟରେ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରଚାର ଏହାର ପ୍ରମୁଖ ଲକ୍ଷ୍ୟ ।

କୋଭିଡ-19 ଯୋଗୁଁ 24 ତମ ଜାତୀୟ ଯୁବ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି । ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା ଯୁବା- ଉତ୍ସାହ ନୟେ ଭାରତ କା। ଯୁବପୀଢି ନବ ଭାରତ ଉତ୍ସବକୁ ଜୀବନ୍ତ ରଖନ୍ତି ବୋଲି ଏହା ଦର୍ଶାଉଛି । 24ତମ ଜାତୀୟ ଯୁବ ଉତ୍ସବର ଉଦଘାଟନୀ ସମାରୋହ ଓ ଦ୍ବିତୀୟ ଜାତୀୟ ଯୁବ ସଂସଦ ଉତ୍ସବର ଉଦଯାପନୀ ସମାରୋହ ଜାନୁଆରୀ 12, 2021ରେ ସଂସଦର କେନ୍ଦ୍ରୀୟ ହଲରେ ଆୟୋଜିତ ହେବ । 24ତମ ଜାତୀୟ ଯୁବ ଉତ୍ସବର ଉଦଯାପନୀ ସମାରୋହ ଜାନୁୟାରୀ 16, 2021ରେ ଡ. ଆମ୍ବେଦକର ଇଂଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀ ଠାରେ ଆୟୋଜିତ ହେବ ।

Recent Post

Live Cricket Update

You May Like This

× How can I help you?