Search
Close this search box.

23 ଦିନ ପରେ ଵି ବାପ ପାଉନାହିଁ ରୋଜଗାରିଆ ପୁଅ ର ପତା | ପୁଅକୁ ବିଦେଶ ରେ ଅପହରଣ ନାଁ ହତ୍ୟା କରାଯାଇଛି | କେନ୍ଦ୍ର ଓ ରାଜ୍ୟ ସରକାର ତଦନ୍ତ କରିବାକୁ ବାପା ର ନିବେଦନ

(23 ଦିନ ପରେ ଵି ବାପ ପାଉନାହିଁ ରୋଜଗାରିଆ ପୁଅ ର ପତା | ପୁଅକୁ ବିଦେଶ ରେ ଅପହରଣ ନାଁ ହତ୍ୟା କରାଯାଇଛି | କେନ୍ଦ୍ର ଓ ରାଜ୍ୟ ସରକାର ତଦନ୍ତ କରିବାକୁ ବାପା ର ନିବେଦନ )
ଜଗତସିଂହପୁର
ତା =30/9/23

ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ମାଣତ୍ରୀ ବେତମଲିଆ ଗ୍ରାମର ଶେଖ ସବିର ଉଦ୍ଦିନ ଙ୍କ ଘରେ 23 ଦିନ ହେବ ଚୁଲି ଜଳୁନାହିଁ | ଗ୍ରାମବାସୀ ମାନେ ସେମାନଙ୍କୁ ସହାୟତା କରୁଛନ୍ତି l ତାଙ୍କର ରୋଜଗାରିଆ ପୁଅ ଶେଖ ସାହିଲ ଉଦ୍ଦିନ ଙ୍କ ର ଦୀର୍ଘ 23 ଦିନ ହେବ ମୃତ୍ୟୁ ଘଟିଛି ନାଁ ନିଖୋଜ ଅଛନ୍ତି ତାହା ତଦନ୍ତ ସାପେକ୍ଷ | ଖବର ନେବାରେ ଜଣା ଯାଇଛି ସେକ ସାହିଲ ଉଦିନ ଦୀର୍ଘ 5 ମାସ ହେବ ନିୟୁରସ ମାରାଇନ ବୁମ୍ବାଇ ଏବି ପୋଷ୍ଟ ରେ କାର୍ଯ୍ୟ କରୁଥିଲେ | ସେ ଜାହାଜରେ ଦୁବାଇ ରୁ ଇରାନ ଅଭିମୁଖେ ନିଜ ଡ୍ୟୁଟି କରୁଥିଲେ l ସେପ୍ଟେମ୍ବର ମାସ 6 ତାରିଖରେ ସେ ତାଙ୍କ ପରିବାର ସହ କଥା ବାର୍ତ୍ତା ମଧ୍ୟ୍ୟ ହୋଇଥିଲେ | ଯାହାକି ତାଙ୍କର ଶେଷ କଲ୍ ଥିଲା | ସେପ୍ଟେମ୍ବର 7 ତାରିଖ ବିଳମ୍ବିତ ରାତିରେ ସାହିଲ ଙ୍କ ବାପା ସବିର ଉଦିନ ଙ୍କ ପାଖକୁ 9987461993 ରୁ ଫୋନ୍ କଲ ଆସିଥିଲା | ତୁମ ପୁଅ ର ମୃତ୍ୟୁ ହୋଇଛି | ସବିର ଏକଥାକୁ ବିଶ୍ୱାସ କରିନଥିଲା | ବରଂ ମୋ ପୁଅର ମୃତ୍ୟୁର ପ୍ରମାଣ ର ଫଟୋ କିମ୍ବା ଭିଡିଓ ପଠାନ୍ତୁ ବୋଲି କହିଥିଲା |ହେଲେ 23ଦିନ ବିତିଯାଇଥିଲେ ସୁଦ୍ଧା ପୁଅ ର କୌଣସି ସନ୍ଧାନ ମିଳୁନାହିଁ |
ଅପର ପକ୍ଷରେ ତମେ ଏକ ଆଫିଡେଭିଡ ଦିଅ ମୃତ୍ ଶରିର ପାଇବା ପରେ କୌଣସି ଅଭିଯୋଗ କରି ପାରିବେ ନାହିଁ l
ଏହା ପରେ ସେ ନିରୁପାୟ ହୋଇ ଆଜି ରେଜିଷ୍ଟ୍ରୀ ପତ୍ର ଦ୍ଵାରା ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓଡ଼ିଶା, ଜିଲ୍ଲାପାଳ, ଏସପି ଜଗତସିଂହପୁର ଙ୍କ ନିକଟରେ
ଅଭିଯୋଗ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This

× How can I help you?