ଜୟ ଯବାନ , ଜୟ କିଶାନ ନାମରେ ଗରଜିଲା ଇସ୍ପାତ ସହର

କୃଷକ ବିରୋଧୀ କଳା ଆଇନ୍ , ଆନ୍ଦୋଳନରତ ୮୦ରୁ ଉର୍ଦ୍ଧ କୃଷକ ଭାଇଙ୍କ ମୃତ୍ୟୁ ପ୍ରତିବାଦରେ ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କ ରାଉରକେଲାରୁ ଦିଲ୍ଲୀ ସାଇକେଲ ଯାତ୍ରା ”

(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୨/୦୧/୨୦୨୧ ସୁନ୍ଦରଗଡ଼ /ରାଉରକେଲା : ଜୟ ଯବାନ , ଜୟ କିଶାନ ” ର ଏକ ମହତ୍ଵପୂର୍ଣ ପରିଭାଷାକୁ ପ୍ରାମାଣିକ ରୂପରେଖ ଦେବାପାଇଁ ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଆଜି ୧୨.୦୧.୨୦୨୧ ( ମଙ୍ଗଳବାର ) ସକାଳ ୯ ଘଟିକା ସମୟରେ ସେଟର – ୨ ସ୍ଥିତ ବିଜୁପଟ୍ଟନାୟକ ଛକରୁ ଦିଲ୍ଲୀ ଅଭିମୂଖେ ସାଇକେଲ ଯାତ୍ରା କରିଛନ୍ତି । ଦୁଇମାସରୁ ଉର୍ଦ୍ଧ୍ବ ହେବ ଆନ୍ଦୋଳନରତ କୃଷକ ଭାଇମାନଙ୍କ ସଂଘର୍ଷମୟ ଦୁଃଖ ସହିତ ୮୦ ରୁ ଉର୍ଦ୍ଧ କୃଷକଭାଇଙ୍କ ମୃତ୍ୟୁକୁ ଅଣଦେଖା କରାଯାଉଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ଷରେ କୃଷକ ଭାଇମାନଙ୍କ ସହିତ ନିଜକୁ ସାମିଲ କରି ” ଜୟ ଯବାନ , ଜୟ କିଶାନ’ର ଉଚିତ ମୂଲ୍ୟବୋଧକୁ ହୃଦୟଙ୍ଗମ କରିବା ସହିତ ରାଉରକେଲାରୁ ଦିଲ୍ଲୀ ୧୪୦୦ କି.ମି. ସାଇକେଲ୍ ଯାତ୍ରା ଏକ ଉଚିତ ପଦକ୍ଷେପ ହେବ ବୋଲି ପରିକଳ୍ପନା କରାଯାଇଛି ।

 

ପ୍ରତ୍ୟେକ ଦିନ ୧୦୦ କି.ମି. ସାଇକେଲ ଯାତ୍ରା କରିବା ସହିତ ଓଡ଼ିଶା , ଝାଡଖଣ୍ଡ , ବିହାର , ହରିଆନା , ଉତ୍ତର ପ୍ରଦେଶ ପ୍ରଭୃତି ରାଜ୍ୟରେ ସଚେତନତା ମାଧ୍ୟମରେ ଦିଲ୍ଲୀ ପହଞ୍ଚିବା ପାଇଁ ପାଇଁ ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଯୋଜନା ପ୍ରସ୍ତୁତ କରିଛନ୍ତି । ଓଡ଼ିଶା ସୀମାରେଖା ୪୫ କି.ମି. କୁ ୧ ଦିନ , ଝାଡ଼ଖଣ୍ଡ ୪୫୦ କି.ମି.କୁ ୪ ଦିନ , ବିହାର ୩୫୦କି.ମି.କୁ ୪ ଦିନ , ହରିଆନା ୮୦ କି.ମି.କୁ ୧ ଦିନ ଓ ଉତ୍ତରପ୍ରଦେଶ ୫୨୫ କି.ମି.କୁ ୫ ଦିନ ନିର୍ଦ୍ଧାରିତ ହୋଇଥିବା ବେଳେ ପ୍ରାୟ ୧୫ଦିନ ଏହି ସାଇକେଲ୍ ଯାତ୍ରାକୁ ସଂପୂର୍ଣ୍ଣ କରିବାପାଇଁ ମୁକ୍ତିକାନ୍ତ ବିଶ୍ବାଳ ପ୍ରସ୍ତୁତ ଅଛନ୍ତି । ସୁସ୍ଥ ଶାରିରୀକ କ୍ଷମତାକୁ ଆଖିଆଗରେ ରଖି ୧୫ଦିନ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ପୂର୍ଣ୍ଣ କରିବାପାଇଁ ପ୍ରଶିକ୍ଷକଙ୍କ ଠାରୁ ପରାମର୍ଶ ସଠିକ୍ ଭାବେ ଗ୍ରହଣ କରାଯାଇଥିବାବେଳେ ରାଉରକେଲାବାସୀଙ୍କ ଆଶିର୍ବାଦ କାମନା କରିଛନ୍ତି

Recent Post

Live Cricket Update

× How can I help you?