ବାଲୁଗାଁ ଠାରେ ଥିବା ହିରୋ ବାଇକ ଓ ଫର୍ଣ୍ଣିଚର ସୋରୁମ ରୁ ବଡ଼ ଧରଣ ର ଚୋରି

ବାଲୁଗାଁ ଠାରେ ଥିବା ହିରୋ ବାଇକ ଓ ଫର୍ଣ୍ଣିଚର ସୋରୁମ ରୁ ବଡ଼ ଧରଣ ର ଚୋରି

—————————————-

ଜେ.ବି.ଏନ,୧୨/୦୧/୨୦୨୧, (ରିପୋର୍ଟ, ରଂଜିତ କୁମାର ସାହୁ )ଖୋର୍ଦ୍ଧା :

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୃତ୍ତ ବାଲୁଗାଁ ବଜାରରେ ଥିଵା ମହାମାୟୀ ହିରୋ ବାଇକ୍ ସୋ ରୁମ୍ ର ସଟର ତାଡି ସୋ ରୁମ୍ ଭିତରୁ ବିଭିନ୍ନ ବାଇକ୍ ପାର୍ଟସ ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହାସହ ଦୁର୍ବୃତ୍ତମାନେ ସୋରୁମ୍ ପଡିଶା ଏକ ଫର୍ଣ୍ଣିଚର ଦୋକାନର ସଟରକୁ ତାଡିବ‍ାକୁ ଉଦ୍ୟମ କରିଛନ୍ତି। ବୁଲା କୁକୁର ମାନେ ଭୁକିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳ ଛାଡି ପଳାଇଥିବା ସନ୍ଦେହ କରାଯାଉଛି।

 

ବାଇକ ସୋ ରୁମ କର୍ମଚାରୀଙ୍କଠାରୁ ସୂଚନା ପାଇ ବାଇକ୍ ସୋ ରୁମ୍ ମାଲିକ ଏବଂ ଫର୍ଣ୍ଣିଚର ସୋରୁମ ମାଲିକ ଘଟଣା ସ୍ଥଳରେ ପହଂଚିଥିଲେ। ସେଠାରେ ସେମାନଙ୍କ ଦୋକାନର ସଟର ତଡା ଯାଇଥିବା ଦେଖିବାକୁ ପାଇଥିଲେ।

 

ଏନେଇ ବାଲୁଗାଁ ଥାନାରେ ଅଭିଯୋଗ କରାଯିଵା ପରେ ଘଟଣା ସ୍ଥଳରେ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମାହାଲିକ ଓ ବାଲୁଗାଁ ଏସ୍ ଡି ପି ଓ ଶ୍ରୀ ବାରିକ ଘଟଣା ସ୍ଥଳରେ ପହଂଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି। ତେବେ ସୋ ରୁମ୍ ରୁ କେତେ କଣ ଲୁଟ୍ ହୋଇଛି ତାର ସଠିକ୍ ପରିମାଣ ତଦନ୍ତ ପରେ ଜଣାପଡିବ ବୋଲି ଏସ୍ ଡି ପି ଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

 

ସୂଚନା ଥାଉକି ଦୁଇ ମାସ ତଳେ ବାଣପୁର ର ପ୍ରସିଦ୍ଧ ଶ୍ରୀ ଶ୍ରୀ ଦକ୍ଷ ପ୍ରଜାପତି ମନ୍ଦିର ରୁ ଅଷ୍ଟ ଧାତୁ ମୂର୍ତ୍ତି ଚୋରି ଘଟଣା ର ଦୋଷୀ ଆଜି ପର୍ଯ୍ୟନ୍ତ ଧରା ନଯିବା ପୋଲିସ ର ମୁଣ୍ଡ ବିନ୍ଧା ପାଲିଟିଥିବା ସ୍ଥଳେ ଆଜି ଏ ଘଟଣା ପୋଲିସ ପାଇଁ ଖୋଲା ଚାଲେଞ୍ଜ |

Recent Post

Live Cricket Update