ଗଣ୍ଡିବେଢ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ 

ଗଣ୍ଡିବେଢ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ 

ଜେ ବି ଏନ, ଛେଣ୍ଡିପଦା,୧୨/୦୧/୨୦୦୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ ଜିଲ୍ଲାର ଜରପଡା ଥାନା ତଥା ବନରପାଳ ବ୍ଲକ ଅନ୍ତର୍ଗତ ମରାତିରା ଗ୍ରାମ ସ୍ଥିତ ଗଣ୍ଡିବେଢ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ସ୍କୁଲ ଖୋଲିବାର ପଞ୍ଚମ ଦିନରେ ମାସ୍କ ବଣ୍ଟନ କରାଯାଇଥିଲା । ଏହାସହିତ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ୍ କରାଯାଇଥିଲା । ତେବେ ସମାଜସେବୀ ତଥା ଜିଲ୍ଲା କିନ୍ନର ସଂଘ ସଦସ୍ୟା ଚିନ୍ମୟୀ ଦାସଙ୍କ ପ୍ରତ୍ୟକ୍ଷ ସହଯୋଗ ତଥା ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶେଷ କରି ଛାତ୍ର ଛାତ୍ରୀ ମାନେ କରୋନା ଦାଉରୁ ନିଜକୁ ରକ୍ଷା କରିବା ସହ କରୋନା ସଂକ୍ରମଣ ମୁକ୍ତ ହେବା ଲକ୍ଷ୍ୟ ରଖି ଏ ସମ୍ପର୍କରେ ସବିଶେଷ ସଚେତନତା ସୃଷ୍ଟି କରାଯାଇଥିଲା । ଏହାସହିତ ଛାତ୍ର ଛାତ୍ରୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ରହିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଜୟନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Recent Post

Live Cricket Update