



ଭାରତୀୟ ଯୁବ ଦିବସରେ ସାଇ ସତସଙ୍ଗ ଟ୍ରଷ୍ଟୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି
ଜେ. ବି. ଏନ୍ (୧୨/୦୧ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଭାରତୀୟ ଯୁବ ସ୍ୱାଭିମାନ ଓ ଅସ୍ପୃଫର୍ ପ୍ରତୀକ ସ୍ଵାମୀ ବିବେକାନନ୍ଦ ୧୫୮ ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଶିବିରକୁ କୁ ଜିଲ୍ଲାପାଳ ତଥା ଜିଲ୍ଲା ରେଡ୍ କ୍ରସ୍ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଭୂମେଷ ଚନ୍ଦ୍ର ବେହେରା, ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି ଅବସରକୁ ଉଦଘାଟନ କରିଥିଲେ। ଉପସ୍ଥିତ ଯୁବ ବର୍ଗ ଓ ମହିଳା ମାନଙ୍କୁ ସ୍ଵାମୀ ବିବେକାନନ୍ଦ ଆଦର୍ଶ ଅନୁପ୍ରେରିତ ହୋଇ ଦେଶ ଗଠନରେ କୃତି ହେବାକୁ ପରାମର୍ଶ ଦେଇଥିଲେ। ରୋଟାରୀ ଥାନା ରାଜକିଶୋର ବେହେରା, ରକ୍ତ ଦାନ ଶିବିର ରେ ପ୍ରଥମେ ଓ ତାଙ୍କ ଜୀବନର ୮୭ ତମ ରକ୍ତ ଦାନ କରି ଶିବିର କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଥିଲା। ଜିଲ୍ଲା ରେଡ୍ କ୍ରସ ଉପାଧକ୍ଷ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ଯୁକ୍ତ ଶସାଙ୍କ ଶେଖର ଦାସ, ବିରଞ୍ଚି ନାରାୟଣ ପାଣି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତି ସୁଜାତା ମିଶ୍ର, ବ୍ଲକ ପୂର୍ବ ସଭା ନେତ୍ରୀ ଶ୍ରୀ ମତି ରୋଜାଲିନ ସ୍ଵାଇଁ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ପୌର ଯନ୍ତ୍ରୀ ଶ୍ରୀ ମତି ରଶ୍ମିତା ମିଶ୍ର, ସାଇ ସତସଙ୍ଗ ସେବା ଟ୍ରଷ୍ଟୀ ଶିବ ପ୍ରସାଦ ପଣ୍ଡା,ଅତିଥି ଭାବେ ଯୋଗ ଦାନ କରିଥିଲେ, ବଣିଜ ଶିଳ୍ପ ପ୍ରତିଷ୍ଠାନ ସଭାପତି ଶରତ ଚନ୍ଦ୍ର ପାଢି, ସମ୍ପାଦକ ବିମଳ ପ୍ରତାପ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ରୋଟାରୀ ବ୍ଲକ ପକ୍ଷରୁ ରାଜେନ୍ଦ୍ର ଦାସ, ବିନୋଦ ଅଗ୍ରୱାଲ, ଆଟ ଅଫ ଲିଭିଂ ପକ୍ଷରୁ ଯୋଗୀ ନାଥ ମହାନ୍ତି, ବଜରଙ୍ଗ କ୍ଲବ ରାଇଜିଙ୍ଗ ଷ୍ଟାର୍ ହେଲପିଙ୍ଗ୍ ହେଣ୍ଡ ଶୋଷିଓ ସ୍ପେମିଫିକ, ଭାଗୀରଥୀ କ୍ଲବ୍ ର କର୍ମକର୍ତ୍ତା, ସୋମ ହିରୋ କ୍ଷେମକ୍ ସଫି ମଳ, ବଜାର ଇଣ୍ଡିଆ ର କର୍ମକର୍ତ୍ତା ଓ ପୂର୍ବତନ କାଉନ୍ସିଲର ରୁଦ୍ରାନ୍ତ ଦଲେଇ, ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ଜୟ ନାରାୟଣ ପାଢି, ଡା. ପ୍ରେମାନନ୍ଦ ସାହୁ, ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ଭିମ ସେନ୍ ବେହେରା, ତପନ କୁମାର ଜେନା, ବରୁଣ ସାହୁ, ଅଜୟ ସାଇଁ, ସୈଭାଗ୍ୟ ମିଶ୍ର,ପରିଚାଳନା କରିଥିଲେ। ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ଅମରେନ୍ଦ୍ର ଖୁଣ୍ଟିଆ ଙ୍କୁ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।