ଓଡିଶା ପ୍ରଗତି ଦଳର ପ୍ରସ୍ତୁତି ବୈଠକ

ଓଡିଶା ପ୍ରଗତି ଦଳର ପ୍ରସ୍ତୁତି ବୈଠକ

(ଜେ. ବି. ଏନ୍ /ବିନୋଦ କୁମାର ) ୧୨/୦୧ /୨୦୨୧ 
ଢେଙ୍କାନାଳ : ଭାଗୀରଥୀ ବିହାର ନିକଟସ୍ଥ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଜିଲ୍ଲାର କର୍ମକର୍ତାମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ବୈଠକରେ ରାଜ୍ୟ ସଂପାଦକ ନୁରୁଲ ଇସ୍‌ଲାମ୍ ଯୋଗଦେଇ ଜିଲ୍ଲାରେ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ସହିତ ଲୋକଙ୍କ ସମସ୍ୟାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହିତ ଯୁବ , ଛାତ୍ର , ଓ ମହିଳାମାନେ କିପରି ସାମାଜିକ ନ୍ୟାୟ , ମୌଳିକ ଅଧିକାର ପାଇପାରିବେ , କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେବା ସହ ରାଜ୍ୟ ସଭାପତି ଶ୍ରୀ ଯନୈଜୟ ରୋହିଦାସଙ୍କ ର ବାର୍ତ୍ତା ପଠନ କରି କହିଥିଲେ ,। ମଧୁବାବୁଙ୍କ ବିଚାରରେ ସାମିଲ ହୋଇ ସୁନାର ଓଡିଶା ଗଠନ ଦିଗରେ ଆମେ ସମସ୍ତେ ନିଷ୍ଠା ଓ କର୍ତବ୍ୟପରାୟଣ ହୋଇ କାମ କରିବା ଏବଂ ଉକ୍ତ ବୈଠକରେ ଆଗାମୀ ଦିନରେ ଫେବୃଆରୀ ୪ ତାରିଖରେ ମହାମାନବ ମୁଧୁବାବୁଙ୍କର ତିରୋଧାନ ଦିବସକୁ ଆଡମ୍ବରପୂର୍ଣ୍ଣ ଭାବରେ ପାଳନ କରାଯିବ । ଏଥିରେ ରାଜ୍ୟ ସ୍ତରର କର୍ମକର୍ତ୍ତା ଯୋଗ ଯୋଗଦାନ କରିବେ। ଉକ୍ତ  ବୈଠକରେ ସର୍ବଶ୍ରୀ ଜିଲ୍ଲା ଆଇନ୍ ପରିଷଦ ସଭାପତି ଯଙ୍କେଶ୍ଵର ମିଶ୍ର , ଶ୍ରମିକ ସେଲ୍ ସଭାପତି ଶୁଭେନ୍ଦୁ ମିଶ୍ର , ଉପସଭାପତି ଶ୍ରୀନିବାସ ମଲ୍ଲିକ , ଏସ୍‌ସିଏସ୍‌ଟି ସେଲ ସଭାପତି ପ୍ରସନ୍ନ ନାୟକ , ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ସଭାପତି ସୁଧାକର ଶର୍ମା , ମହିଳା ଉପସଭାପତି ତୃପ୍ତିମୟୀ ଦେବୀ , କୋଷାଧକ୍ଷ ସନ୍ତୋଷ ସାହୁ , ଆଇଟି ସେଲ୍ ସଂଯୋଜକ ଟିକମ ସାହୁ ଉପସ୍ଥିତ ଥିବା ସଙ୍ଗେ ସଙ୍ଗେ ମହିଳା ସଭାପତି ଗୁଡିଆ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ପ୍ରେସ୍ ରିଲିରେ ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ଶତପଥୀ ପ୍ରକାଶ କରିଛନ୍ତି ।

Recent Post

Live Cricket Update