ପମ୍ପ ହାଉସ କୁ ଘେରିଲେ ତାଲା ପକେଇଲେ 

ପମ୍ପ ହାଉସ କୁ ଘେରିଲେ ତାଲା ପକେଇଲେ 

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତ ର ଦେହୁରୀ ସାହିରେ ପାଣି ପାଇଁ ବହୁତ ଅସୁବିଧା ହେଉଥିବାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ମହିଳା ମାନେ । ସୂଚନା ଅନୁଯାଇ ଆଜି କିଛି ମହିଳା ମାନେ ତୁରଙ୍ଗ ଗ୍ରାମରେ ସପ୍ଲାଇ ପାଣି ଠିକ୍ ରେ ଆସୁ ନଥିବାରୁ ଆଜି ସପ୍ଲାଇ ପାଣି ଛଡା ଯାଉଥିବା ପମ୍ପ ହାଉସ୍ କୁ ସ୍ଥାନୀୟ ମହିଳା ମାନେ ପ୍ରବଳ ଵିରୋଧ କରିବା ସହ ପମ୍ପ ହାଉସ କୁ ଘେରାଉ କରି ତାଲା ପକାଇଥିବା ର ଦୃଶ୍ୟା ଦେଖିବାକୁ ମିଳିଥିଲା। ସେମାନଙ୍କ ଅଭିଯୋଗ ଯେ ଏହି ପମ୍ପ ହାଉସ ଟି ଅଞ୍ଚଳରେ ପାଣି ର ଆପୁର୍ତ୍ତି କରି ପାରୁନାହିଁ ଯାହା ଦ୍ୱାରା ଅଞ୍ଚଳ ବାସୀଙ୍କ ଦୈନ ଦିନ ର କାର୍ଯ୍ୟ ସମ୍ପାଦନ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଏହି ଅସୁବିଧା କୁ ଦୂର କରନ୍ତୁ ।

Recent Post

Live Cricket Update