



ଜଗତସିଂହପୁର ଶିଶୁ ମନ୍ଦିର ପରିସରରେ ଜ଼ିଲ୍ଲା ସ୍ତରୀୟ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ
ଜେ ବି ଏନ, ୧୨/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଶିଶୁ ମନ୍ଦିର ପରିସରରେ ଜ଼ିଲ୍ଲା ସ୍ତରୀୟ ଶ୍ରୀରାମ ଜନ୍ମଭୂମି ତ୍ରିର୍ଥକ୍ଷେତ୍ର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ l ଜଗତସିଂହପୁର ଶିଶୁ ମନ୍ଦିର ପରିସରରେ ଶ୍ରୀରାମ ଜନ୍ମଭୂମି ତ୍ରିର୍ଥକ୍ଷେତ୍ର ର ନ୍ୟାସ ର ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକର୍ତା ମାନଙ୍କର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକ ରେ ଜ଼ିଲ୍ଲା ର ଆଠ ଟି ବ୍ଲକ ଦୁଇଟି ପୌର ପରିଷଦ ରୁ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ ! ଜ଼ିଲ୍ଲା ର ପ୍ରତି ପରିବାର ରେ ଶ୍ରୀରାମ ଜନ୍ମ ଭୂମି ର ବାର୍ତା ପହଂଚାଇବା ସହିତ ନିଧି ସଂଗ୍ରହ କରିବାକୁ ସଂକଳ୍ପ ନିଆଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ ଜନ୍ମ ଭୂମି ନ୍ୟାସ ର ପ୍ରାନ୍ତର ସହ ଅଭିଯାନ ପ୍ରମୁଖ ପବିତ୍ର କୁମାର ସ୍ୱାଇଁ ! ପ୍ରାନ୍ତ ହିସାବ ରକ୍ଷକ ସଜଳ ଅଗ୍ରୱାଲା ! , ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ସଂଯୋଜକ ତଥା ଜ଼ିଲ୍ଲା ଅଭିଯାନ ପ୍ରମୁଖ ସୁରେଶ ଚନ୍ଦ୍ର ଚୌଧୁରୀ, ସମ୍ପାଦକ ମାନସ ରଞ୍ଜନ ସ୍ୱାଇଁ ପଣ୍ଡିତ ପ୍ରଫୁଲ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ !