ଚନ୍ଦ୍ରଭାଗା ଏବଂ ତଳସାରି ବେଳାଭୂମିର ବିକାଶ

ଚନ୍ଦ୍ରଭାଗା ଏବଂ ତଳସାରି ବେଳାଭୂମିର ବିକାଶ

 

ଜେ ବି ଏନ, ୧୩/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ ରାଜ୍ୟର ଚନ୍ଦ୍ରଭାଗା ଏବଂ ତଳସାରି ଉଦୟପୁର ବେଳାଭୂମିରେ ଭିତ୍ତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ରୂପାୟନ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି ।

 

ପୁରୀ କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିମି ବ୍ୟାପି ଅଞ୍ଚଳର ବିକାଶ କରାଯିବ । ଏଥିରେ ଜଳକ୍ରୀଡା , ସୁଦୃଶ୍ୟ ଚଲାପଥ , ପିଲାଙ୍କ ପାଇଁ ଖେଳ ଅଞ୍ଚଳ , ସାଇକେଲ୍ ଟ୍ରାକ୍ ସୂର୍ଯ୍ୟୋଦୟ ଦେଖବା ପାଇଁ ମଞ୍ଚ ଇତ୍ୟାଦି ଅତ୍ୟାଧୁନିକ ସୁବିଧାମାନ ଉପଲବ୍ଧ ହେବ । ବାଲେଶ୍ଵର ତଳସାରି ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେପରି ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ ସେଥିପାଇଁ ୨.୪ କିମି ଅଞ୍ଚଳକୁ ବିକାଶ କରାଯିବ ।

Recent Post

Live Cricket Update