କୋଭିଡ ୱାରିଅରସ ଫୋରମ୍ ପକ୍ଷରୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି 

କୋଭିଡ ୱାରିଅରସ ଫୋରମ୍ ପକ୍ଷରୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି 

 

ଜେ. ବି. ଏନ୍ (୦୯/୦୩ /୨୦୨୧), ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା କୋଭିଡ୍ କେୟାର ହୋମ୍ ( ସିସିଏ ) ଗୁଡିକୁ ପଞ୍ଚାୟତ ହେଲ୍‌ଥ କେୟାର ହୋମ୍ ( ପିଏସିଏଚ୍ ) ରେ ରୂପାନ୍ତରିତ କରି ୭ ହଜାର କରୋନା ଯୋଦ୍ଧାମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବି ଉପରେ ଆଜି ମୁଖ୍ୟ ଶାସନ ସଚିବଙ୍କୁ ୬ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ ( ଏଏଆରସି ) । କୋଭିଡ୍ ୱାରିଅସ୍ ଫୋରମ୍ବର ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତାଙ୍କ ଏ ସମ୍ବନ୍ଧିତ ଏକ କେସ୍‌କୁ ତର୍ଜମା କରି ମାନ୍ୟବର କମିଶନ୍ କହିଛନ୍ତି ଯେ , ଏହି ୭ ହଜାର କରୋନା ଯୋଦ୍ଧା , ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏଏନ୍ଏମ୍ ଥିଲେ , ସେମାନେ ସଂପୂର୍ଣ୍ଣ ଠିକା କର୍ମଚାରୀ ଭାବରେ ନିଯୁକ୍ତି ପାଇଥିଲେ ମଧ୍ୟ ମାନବ ସେବାକୁ ପ୍ରାଧାନ୍ୟ ଦେଇ ନିଜର ସୁରକ୍ଷାକୁ ପଛରେ ପକାଇ ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ଗ୍ରାମାଞ୍ଚଳରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଯେତେବେଳେ ସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯିବ ସେତେବେଳେ ସେମାନଙ୍କୁ ସେଥିରେ ପୋଷ୍ଟି କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ଏବେ ସେମାନଙ୍କୁ ଅନ୍ୟ ପ୍ରତ୍ୟାଶୀମାନଙ୍କ ସହିତ ପ୍ରତିଯୋଗୀତା କରିବାକୁ କୁହାଯାଉଛି , ଯେଉଁମାନେ କି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ କିଛି ବି କରିନାହାନ୍ତି । ଓଡିଶା ଏକ ଗ୍ରାମୀଣ ରାଜ୍ୟ ହୋଇଥିବାରୁ ଭୌଗୋଳିକ ଦୃଷ୍ଟିକୋଣରୁ ଗରିବ ଲୋକମାନେ , ନିଜ ପଞ୍ଚାୟତରେ ସହଜ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି । ତେଣୁ ପ୍ରତ୍ୟେକ ପଞ୍ଚାୟତରେ ପିଏସିଏର ଆବଶ୍ୟକତା ଅଛି । ସେହିପରି ସରକାର ” ବେଟି ବଚାଓ – ବେଟି ପଢାଓ ” ” କଥା କହୁଛନ୍ତି , ଅଥଚ ଏହି ୭ ହଜାର କରୋନା ଯୋଦ୍ଧା , ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏଏନ୍ଏମ୍ , ସେମାନଙ୍କ କଥାକୁ ବିଚାରକୁ ନେଉନାହାନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ , ସାରା ରାଜ୍ୟର ସିସିଏମାନଙ୍କରେ କାମ କରୁଥିବା କରୋନା ଯୋଦ୍ଧାମାନେ ଜନନେତା ଇଂ , ହୋତାଙ୍କ ନେତୃତ୍ବରେ ଏକଜୁଟ୍ ହୋଇ ନିଜ ନିଜର ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଥିଲେ ମଧ୍ୟ ସରକାର ନ ଶୁଣିବାରୁ ବାଧ୍ୟ ହୋଇ ଇଂ , ହୋତା ଏନ୍ଏଚ୍ଆସି – ନୂଆଦିଲ୍ଲୀଙ୍କ ପାଖରେ କେସ୍ ଦାୟର କରିଥିଲେ ।

Recent Post

Live Cricket Update