ଜଙ୍ଗଲ ନିଆଁ ଲିଭା ପାଇଁ ପଦକ୍ଷେପ

ଜଙ୍ଗଲ ନିଆଁ ଲିଭା ପାଇଁ ପଦକ୍ଷେପ

 

ପ୍ରତିକାତ୍ମକ ଚିତ୍ର

ଜେ ବି ଏନ, ୧୧/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଜଙ୍ଗଲ ନିଆଁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି । ସୂଚନା ମୁତାବକ ୮ଟି ଓଡ୍ରାଫ ଦଳକୁ ନିୟୋଜିତ କରାଯାଇଛି , ସେଥି ମଧ୍ୟରୁ ୪ଟି ଦଳ ଶିମିଳିପାଳ ଯିବେ । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଗ୍ନିଶମ ବିଭାଗର ସହାୟତା ଲୋଡ଼ା ଯାଇଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ୭୫୦ ଜଣ ନିୟମିତ ଏବଂ ସୁରକ୍ଷା ସହାୟକ ଦଳ ସହିତ ଅଧୀକ ୮ଶହ ନିଆଁ ଲିଭା ୱାଚରଙ୍କୁ ନିୟୋଜିତ କରାଯାଇଛି । ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ପାଇଁ ୬୦୦ଟି ସଚେତନତା ବୈଠକ ଆୟୋଜନ କରାଯାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

Recent Post

Live Cricket Update