କରୋନା କଟକଣା ଭିତରେ ଅମ୍ବାଭୋନା କେଦାରନାଥ ମନ୍ଦିର ରେ ମହାଶିବ ରାତ୍ରୀ ପାଳନ 

କରୋନା କଟକଣା ଭିତରେ ଅମ୍ବାଭୋନା କେଦାରନାଥ ମନ୍ଦିର ରେ ମହାଶିବ ରାତ୍ରୀ ପାଳନ 

ଜେ. ବି. ଏନ୍ (୧୧/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ, ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଅଷ୍ଟ ଶମ୍ଭୁ ଶୈବ ପୀଠ ଅମ୍ବାଭୋନା କେଦାରନାଥ ମନ୍ଦିର ରେ କରୋନା କଟକଣା ଭିତରେ ମହାଶିବ ରାତ୍ରୀ ପାଳିତ ହୋଇଯାଇଛି । ପ୍ରଶାସନିକ ନିର୍ଦ୍ଦେଶ ଅନୁସାରେ କରୋନା ର ସମସ୍ତ ଗାଇଡ ପାଳନ କରଯାଇଛି । ବିଲମ୍ବିତ ରେ ମନ୍ଦିର ଶୀର୍ଷ କୁ ଧ୍ବଜାରୋହଣ ଓ ମହାଦୀପ ଉଠିଥିଲା । ଦର୍ଶନ ପାଇଁ ଆସୁଥିବା ଶିବ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସାମାଜିକ ଦୂରତା ରଖିବା ସଂଗେ ମାକ୍ସ ବ୍ଯବହାର କରାଯାଇ ଦର୍ଶନ କରାଯାଇଥିଲା । ମହାମାରୀ କରୋନା ସଂକ୍ରମଣ ନେଇ ଜନସାଧାରଣ ଓ ଭକ୍ତ ଭୀଡ କୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାପାଇଁ ଅମ୍ବାଭୋନା ପୁଲିସ୍ ମୁତାୟନ କରାଯାଇଥିଲା । ପ୍ରଶାସନିକ ସ୍ତରରେ ଅମ୍ବାଭୋନା ତହସିଲଦାର ସିତାରାମ ଭୋଇ କେଦାରନାଥ ମନ୍ଦିର ପରିଦର୍ଶନ କରିବା ସଂଗେ ତଦାରଖ କରିଥିଲେ । ଅମ୍ବାଭୋନା କେଦାରନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ କେଦାରନାଥ ସେବା ସମିତି ପକ୍ଷରୁ ପରିଚାଳନା ରେ ସହଯୋଗ କରିଥିଲେ । ସେଠାରେ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ତରଫରୁ ବରଗଡ ଭଟଲି ଶାଖା ର ବ୍ରହ୍ମକୁମାରୀ ଗିରିସ ପ୍ରଧାନ,କେ ପ୍ରତାପ,କେ ଭବାନୀ,କେ ଅକ୍ଷୟ ପ୍ରମୁଖ ଶିବ ଶକ୍ତି ଉପରେ ଭକ୍ତ ମାନଙ୍କୁ ସଚେତନ କରୁଥିଲେ । କରୋନା କଟଣା ହେତୁ ରାତି ରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କି ଯାକଯମକ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ସେହିପରି ଅମ୍ବାଭୋନା ବ୍ଳକ ର ସାହ୍ଳେପାଲି, ଭୁକ୍ତା,କପାସିରା,ନାରଙ୍ଗପୁର, ଚିଚୋଲି,କଣ୍ତପଲା ଆଦି ଶିବ ମନ୍ଦିର ରେ ମହାଶିବ ରାତ୍ରୀ ପାଳନ କରାଯାଉଛି ।

Recent Post

Live Cricket Update