ପଞ୍ଚାୟତର ପୋଖରି ଖନନ କାର୍ଯ୍ୟ ରେ ଅନିୟମିତତା ନେଇ ଜିଲ୍ଲପାଳ ଦ୍ୱାରସ୍ଥ

ପଞ୍ଚାୟତର ପୋଖରି ଖନନ କାର୍ଯ୍ୟ ରେ ଅନିୟମିତତା ନେଇ ଜିଲ୍ଲପାଳ ଦ୍ୱାରସ୍ଥ

 

 

ଜେ ବି ଏନ, ୧୧/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମପଞ୍ଚାୟତରେ ପଞ୍ଚାୟତ ପୋଖରୀ ଖନନ କାର୍ଯ୍ୟରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଫେରାଦ । ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ଗାଁ ଲୋକେ । ସୂଚନା ମୁତାବକ ବଳରାମପ୍ରସାଦ ପଞ୍ଚାୟତର ଭେରୁଗାଡ଼ିଆ ପୋଖରୀ ଖନନ , କୁରୁମଗାଡ଼ିଆ ସିଡି (ପାହାଚ) ଓ ଜଳବନ୍ଧ ପାହାଚ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଛି ବୋଲି ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ପଞ୍ଚାୟତର ସମିତି ସଭ୍ୟଙ୍କ ସମେତ ୱାର୍ଡ଼ ଅନିୟମିତତା ସଭ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ୨୦୧୭- ୨୦୨୦ ମସିହା ଡ଼ିସେମ୍ବର ମଧ୍ୟରେ ପଞ୍ଚାୟତର ଭେରୁଗାଡ଼ିଆ ପୋଖରୀ ଖନନ କାର୍ଯ୍ୟ ହୋଇଥିଲା । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ବ୍ୟକ୍ତିଗତ ଚେକ ମାଧ୍ୟମରେ ଅର୍ଥରାଶି ପ୍ରଦାନ କରାଯାଇଥିବାବେଳେ ପୁଣି ଗୋଟିଏ ଚେକରେ ୨ ଲକ୍ଷ ୮୮ ହଜାର(୨,୮୮,୦୦୦) ଏବଂ ଅନ୍ୟ ଏକ ଚେକରେ ୩ଲକ୍ଷ ୪୫ ହଜାର ୨ ୦୧ ଟଙ୍କା(୩,୪୫,୨୦୧) ସ୍ଥାନରେ ଅଲଗା ଠିକାଦାର କାମ କରୁଥିଲେ ପ୍ରଦାନ କରାଯାଇଛି ।

ସେହିଭଳି ଭିନ୍ନ ଭିନ୍ନ ମଧ୍ୟ ଜଣେ ଠିକାଦାରଙ୍କୁ ଗୋଟିଏ ଚେକ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇଛି ବୋଲି ସୂଚନା ଅଧିକାର ଆଇନ ତଥ୍ୟକୁ ନେଇ ଅଭିଯୋଗ ହୋଇଛି । ଏହାର ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗକୁ ଲିଖିତ ଭାବେ ପଞ୍ଚାୟତ ସମିତି ସଭ୍ୟ ବିନୟ ସାହୁ ଓ ୱାର୍ଡ ସଭ୍ୟ ନିର୍ମଳ ସାହୁ , ଝରଣା ପ୍ରଧାନ , ଅନୀଲ ମହାନ୍ତି କିଶୋର ବେହେରା ଓ ନିରଞ୍ଜନ ନାହାକ ପ୍ରମୁଖ ଅଭିଯୋଗ କରିଥିବା ଜଣାପଡ଼ିଛି ।

Recent Post

Live Cricket Update