ଶାନ୍ତିଶୃଙ୍ଖଳା ରେ ବାବା ଉମାମହେଶ୍ୱର ଦେବଙ୍କ ପୀଠରେ ଜାଗର ଯାତ୍ରା ପାଳିତ 

ଶାନ୍ତିଶୃଙ୍ଖଳା ରେ ବାବା ଉମାମହେଶ୍ୱର ଦେବଙ୍କ ପୀଠରେ ଜାଗର ଯାତ୍ରା ପାଳିତ 

 

ଜେ. ବି. ଏନ,୧୧/୦୩ /୨୦୨୧, (ରିପୋର୍ଟ, ରଂଜିତ କୁମାର ସାହୁ ), ଖୋର୍ଦ୍ଧା :କରୋନା ମହାମାରୀ ଯୋଗୁଁ ବିଭିନ୍ନ ଶୈବ ପୀଠ ମାନଙ୍କରେ ଜାଗର ଯାତ୍ରା ଫିକା ପଡିଯାଇଛି. ବାଲୁଗାଁ ସ୍ଥିତ ପ୍ରସିଦ୍ଧ ଶୈବ ମନ୍ଦିର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ରେ ଶାନ୍ତି ଶୃଙ୍ଖଳା ରେ ରାଜ୍ୟ ସରକାର ଙ୍କ କୋଭିଡ ନିୟମ ଅନୁଯାଇ ଶିବରାତ୍ରି ପାଳିତ ହୋଇଯାଇଛି.। ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ର ମିଳିତ ସହଯୋଗ ରେ ଭକ୍ତ ମାନଙ୍କୁ ସାନିଟାଇଜ କରି ସମଦୂରତ୍ୱ ରକ୍ଷା କରି ଦେବ ଦର୍ଶନ କରାଯାଇଥିଲା । ରାଜ୍ୟ ସରକାର ଙ୍କ ଗାଇଡ଼ଲାଇନ ଅନୁଯାଇ କୌଣସି ଭକ୍ତ ଙ୍କୁ ବିନା ମାସ୍କ ରେ ମନ୍ଦିର କୁ ପ୍ରବେଶ ନିଷେଧ କରାଯିବା ସହ ଶ୍ରଦ୍ଧାଳୁ ମାନେ ସାଙ୍ଗରେ ଆଣିଥିବା ଦୀପ କୁ ମନ୍ଦିର ଭିତରେ ଜାଳିବା ପାଇଁ ବାରଣ କରାଯାଇଥିଲା। ବିନା କୌଣସି ଅସୁବିଧା ରେ ଜାଗର ଯାତ୍ରା ଟି ଶାନ୍ତି ଶୃଙ୍ଖଳା ରକ୍ଷା କରି ଠାକୁର ଙ୍କ ନୀତି କାନ୍ତି କାର୍ଯ୍ୟ ସମାପ୍ତ କରାଯାଇଥିଲା l

Recent Post

Live Cricket Update