



ନିଜର ହକ୍ ପାଇଁ କାରଖାନା କର୍ମଚାରି ଜିଲ୍ଲାପଳଙ୍କ ଦ୍ୱାରସ୍ଥ
ଜେ. ବି. ଏନ୍ (୧୨/୦୩ /୨୦୨୧), ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମରେ ଅବସ୍ତାପିତ BRG ଆଇରନ୍ ଷ୍ଟିଲ କାରଖାନା ର କର୍ମଚାରି ନିଜର ହକ୍ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି, ସୂଚନା ମୁତାବକ କାରଖାନା କର୍ମଚାରି ଙ୍କର ଦୁଖଃ ଦରଦ ନେଇ BRG ଆଇରନ୍ ଷ୍ଟିଲ ମଜଦୁର ସଂଘ ଓ କାରଖାନା କର୍ମଚାରୀଙ୍କ ମିଳିତ ଉଦ୍ୟମ ରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଦାବି ପତ୍ର ପୈଠ କରିଛନ୍ତି। ଦାବି ଅନୁଯାଇ ପ୍ରତି ମାସରେ ସରକାରଙ୍କ ନିୟମ ଅନୁଯାୟୀ ୧୦ ତାରିଖ ରେ ଦରମା ପ୍ରଦାନ କରାଯାଉ। ଲକ୍ ଡାଉନ୍ ଦୁଇ ମାସର ( ଏପ୍ରିଲ ଓ ମେ) ସମସ୍ତ କର୍ମଚାରିଙ୍କ କଟିଥିବା ଏବଂ ମିଳୁନଥିବା ପଇସା ତୁରନ୍ତ ପ୍ରଦାନ କରାଯାଉ। ୨୦୧୭. ମସିହା ଠାରୁ ବର୍ତମାନ ପର୍ଯ୍ୟନ୍ତ ଦରମା ବର୍ଦ୍ଧିତ ହୋଇନାହିଁ। ତେଣୁ ବର୍ଦ୍ଧିତ ଦରମା ଓ ଗ୍ରେଡସନ୍ ପେ. ଆମକୁ ତୁରନ୍ତ ପ୍ରଦାନ କରାଯାଉ ସରକାରଙ୍କ ନିୟମ ଅନୁସାରେ ବେସିକ୍ ପେ. ବର୍ଦ୍ଧିତ କରାଯାଉ ଉନ୍ନତ ମାନର ସୁରକ୍ଷା ସମାଗ୍ରୀ ତୁରନ୍ତ ପ୍ରଦାନ କରାଯାଉ, ଜୁଲାଇ ପହିଲା ୨୦୨୦. ଠାରୁ ଆମ୍ବ ମାନଙ୍କୁ ସାଲେରି ସ୍ଲିପ୍ ପ୍ରଦାନ କରାଯାଉ। ଇ ପି ଏଫ୍ ଏବଂ ଇଏସ୍ ଆଇ କର୍ମଚାରୀଙ୍କ ଠାରୁ କରାଯାଉ ଥିଲେ ମଧ୍ୟ ତାହା ପୈଠ କାରାଯାଇ ନାହିଁ ଯାହା ଫଳାରେ କର୍ମ ଚାରି କୋଣସି ସୁବିଧା ସୁଯୋଗ ପାଇ ପାରୁ ନାହିଁ।
ସର୍ବନିମ୍ନ ମାସିକ ବେତନ ୧୫ ହଜାର ଟଙ୍କା ପ୍ରଦାନ କରାଯାଉ ସରକାରଙ୍କ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଉ।