କୃଷି ଉତ୍ପାଦନ କ୍ଳଷ୍ଟର ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ତ୍ରିପାକ୍ଷିକ ଚୁକ୍ତି ନାମା ( MOU ) ସ୍ବାକ୍ଷରିତ ।

କୃଷି ଉତ୍ପାଦନ କ୍ଳଷ୍ଟର ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ତ୍ରିପାକ୍ଷିକ ଚୁକ୍ତି ନାମା ( MOU ) ସ୍ବାକ୍ଷରିତ ।

 

(ଜେ. ବି. ଏନ୍ /ସୁଶାନ୍ତ କୁମାର) ୧୨/୦୩ /୨୦୨୧ଅନୁଗୋଳ : ଜିଲ୍ଲା ଖଣିଜ ପାଣ୍ଡି ଅଧୀନରେ କୃଷି ଉତ୍ପାଦନ କ୍ଲଷ୍ଟର ( APC ) କାର୍ଯ୍ୟକାରିତା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ ଓ ଉପ – ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ସହିତ ‘ ପ୍ରଦାନ ( PRADAN ) ର କର୍ମକର୍ତ୍ତା କୁ ନେଇ ଏକ ତ୍ରିପାକ୍ଷିକ ଚୁକ୍ତିନାମା ( MOU ) ସ୍ୱାକ୍ଷରିତ ହୋଇଯାଇଛି । ଏହି ପ୍ରକଳ୍ପ ଜିଲ୍ଲାର ୫ଟି ବ୍ଳକ୍ ଯଥା ଅନୁଗୋଳ , ଆଠମଲ୍ଲିକ , ଛେଣ୍ଡିପଦା , କିଶୋରନଗର ଓ ପାଳଲହଡାରେ କାର୍ଯ୍ୟକାରୀ ହେବ । ଏହି ଚୁକ୍ତି ନାମାରେ ପ୍ରଥମ ପକ୍ଷ ଭାବେ ଉପ – ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ପଦ୍ମଲୋଚନ ଦାସ ୨ୟ ପକ୍ଷ ଭାବେ ଓଡିଶା ଜିବିକା ମିଶନ ତରଫରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ୩ୟ ପକ୍ଷ ଭାବେ ‘ ପ୍ରଦାନର ଦଳ ସଂଯୋଜକ ଶ୍ରୀ ତାରାପ୍ରସାଦ ତ୍ରିପାଠୀ ସ୍ବାକ୍ଷରିତ କରିଛନ୍ତି । ଏହି କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକାରୀ ହେଲେ ଜିଲ୍ଲାର ୫ଟି ବ୍ଳକର ଚାଷୀମାନେ ଉଭୟ ରବି ଓ ଖରିଫ ଋତୁରେ ବିଭିନ୍ନ ପ୍ରକାର ଅର୍ଥ ଉତ୍ପାଦନକାରୀ ଚାଷ ଓ ବିକ୍ରିବଟା କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବେ । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ଖଣିଜ ପାଣ୍ଡି ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

Recent Post

Live Cricket Update