ବଅଁରପାଳ ବ୍ଲକ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ 

ବଅଁରପାଳ ବ୍ଲକ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

 

ଜେ ବି ଏନ, ୧୨/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତାରଫ ବଅଁରପାଳ ବ୍ଲକ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହେବା ସହ ପ୍ରଥମ ପର୍ଯ୍ୟାୟ ଚିହ୍ନଟ ପ୍ରକ୍ରିୟା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ଜିଲ୍ଲା ଷ୍ଟାଣ୍ଡିଗ କମିଟିର ଅଧ୍ୟକ୍ଷା ମଞ୍ଜୁଲତା ସାହୁ ସମ୍ମାନିୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଭୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର ଓ ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମତାରାୟ,ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଶିବିରରେ ଚକ୍ଷୁ କର୍ଣ୍ଣ ଗଳା ନାସା ଶିଶୁ ବିଭାଗ ଓ ଅସ୍ତିଶଲ୍ୟ ବିଭାଗ ପାଇଁ ଅଲଗା ଅଲଗା ଷ୍ଟଲ ଖୋଲା ଯାଇ ହିତାଧିକାରୀଙ୍କୁ ନାମ ପଞ୍ଜିକରଣ କରାଯାଇଥିଲା।ଡ଼ଃ ସୁଶାନ୍ତ କୁମାର ଗଡନାୟକ ଡ଼ଃ ଜ୍ଞାନରଞ୍ଜନ ବିଶ୍ୱାଳ,ଡ଼ଃ ପ୍ରସନ୍ନ କୁମାର ମହାନ୍ତି,ଓ ପରମେଶ୍ବର ଜେନା ପ୍ରମୁଖ ଯୋଗ ଦେଇ ପଞ୍ଜିକୃତ ହିତାଧିକାରୀଙ୍କ ମାନଙ୍କୁ ଚିହ୍ନଟ କରିଥିଲେ।ସର୍ବମୋଟ ୪୮୪ ଜଣଙ୍କ ମଧ୍ୟରୁ ୩୨୭ଜଣ ଚିହ୍ନଟ ହୋଇଥିଲେ।

 

Recent Post

Live Cricket Update

× How can I help you?