ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ,

 

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ,

(ଜେ. ବି. ଏନ୍ /ସୁଶାନ୍ତ କୁମାର) ୧୨/୦୩ /୨୦୨୧ ଅନୁଗୋଳ /ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ବିଜୟ କୁମାର ହାଇ ସ୍କୁଲ୍ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ତରଫରୁ ବଅଁରପାଳ ବ୍ଲକ ଆନୁକୁଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବା ସହ ପ୍ରଥମ ପର୍ଯ୍ୟାୟ ଚିହ୍ନଟ ପ୍ରକ୍ରିୟା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା, ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷା ଓ ଜିଲ୍ଲା ଷ୍ଟାଣ୍ଡିଂଙ୍ଗ କମିଟିର ଅଧ୍ୟକ୍ଷା ମଞ୍ଜୁଳତା ସାହୁ।

ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧକ୍ଷା ଅଞ୍ଚଳୀ ଭୋଇ, ଗୋଷ୍ଟୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର, ଓ ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେସରୀ ସାମନ୍ତରାୟ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିବିରରେ ଚକ୍ଷୁ, କର୍ଣ୍ଣଗନ୍ଧା ନାସା ଭେଷଜ ବିଭାଗ ଶିଶୁ ବିଭାଗ ଓ ଅସ୍ତି ଶଲ୍ୟ ବିଭାଗ ପାଇଁ ଅଲଗା ଅଲଗା ଷ୍ଟଲ ଖୋଲା ଜାଇ ହିତାଧିକାରୀଙ୍କ ନାମ ପାଞ୍ଜି କରଣ କରାଯାଇ ଥିଲା ଡା. ଦିଗାମ୍ବରା ସାହୁ, ଡା. ସୁସାନ୍ତ କୁମାର ଗଡନାୟକ, ଡା. ଜ୍ଞାନ ରଞ୍ଜନ ବିଶ୍ଵାଳ, ଡା. ପ୍ରସନ୍ନ କୁମାର ମହାନ୍ତି, ଓ ପରେମେ ସ୍ଵର ଜେନା ପ୍ରମୁଖ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଶିବିରରେ ଯୋଗ ଦେଇ ପଞ୍ଜିକୃତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିଥିଲେ ସର୍ବ୍ ମୋଟ ୪୮୪ ଜନଙ୍କ ମଧ୍ୟରୁ ୩୨୭ ଜଣ ଚିହ୍ନଟ ହୋଇଥିଲେ ଚକ୍ଷୁ ବିଭାଗରେ ୯୨ ଇ ଏ ଟି ରେ ୬୦ ଭେଷଜ ରେ ୯୨ ଶିଶୁ ବିଭାଗ ରେ ୪୯ ଓ ଅସ୍ତି ଶଲ୍ୟ ବିଭାଗରେ ୧୯୧ ଜଣ ଚିହ୍ନଟ ହୋଇଥିଲେ ବଅଁରପାଳ ବ୍ଲକ ର ସମସ୍ତ କର୍ମଚାରି ସହଯୋଗ କରିଥିଲେ।

Recent Post

Live Cricket Update