ଅମ୍ବାଭୋନା ଅଞ୍ଚଳ ରେ ବାରମ୍ବାର ବିଦ୍ଯୁତ ବିଭ୍ରାଟ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ର  ଚେତାବନୀ 

ଅମ୍ବାଭୋନା ଅଞ୍ଚଳ ରେ ବାରମ୍ବାର ବିଦ୍ଯୁତ ବିଭ୍ରାଟ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ର  ଚେତାବନୀ 

ଜେ. ବି. ଏନ୍ (୧୩/୦୩ /୨୦୨୧), (ରିପୋର୍ଟ, ବିନୋଦ କୁମାର ନାୟକ), ଅମ୍ବାଭୋନା :ବରଗଡ଼ ଜିଲ୍ଳା ଅମ୍ବାଭୋନା ଅଞ୍ଚଳରେ ଆଜ କୁ ଦୁଇ ମାସ ଧରି ବାରମ୍ବାର ବିଦ୍ଯୁତ ବିଭ୍ରାଟ ନେଇ  ଅମ୍ବାଭୋନା  ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଭୁକ୍ତା ମଣ୍ତଳ ସଭାପତି ପ୍ରହ୍ଲାଦ ଖମାରୀ  ଙ୍କ ନେତୃତ୍ଵରେ ପୂର୍ବତନ ମଣ୍ତଳ ସଭାପତି ପୁରୁଷୋତ୍ତମ ପାତିକାର, ସୁରେଶ ପଟେଲ,ସକ୍ରାଜିତ ସାହୁ,ବାବଲୁ ପଧାନ,କିଶୋର ପଧାନ,ଚମରା  ବାରିକ,ମହେନ୍ଦ୍ର ଦେହେରୀ,ଶିଶୁପାଳ ସାହୁ ପ୍ରମୁଖ ଅମ୍ବାଭୋନା ବ୍ଳକ ସେକ୍ସସନାଳ ଅଫିସର ଙ୍କ ସହିତ ଅଞ୍ଚଳ ର ବିଦ୍ଯୁତ ବିଭ୍ରାଟ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।  ବିଦ୍ଯୁତ ବିଭାଗ ର ବ୍ଯାପକ ଅବହେଳା ନେଇ ବାରମ୍ବାର ବିଦ୍ଯୁତ ବିଭ୍ରାଟ ହେଉଥିବା ଅଭିଯୋଗ କରିଥିଲେ । ସେଠାରେ ବିଜେପି କର୍ମୀ ସାଧାରଣ ଗରିବ ର ବିଦ୍ଯୁତ ସଂଯୋଗ କରାଗଲେ ଏଗ୍ରିମେଣ୍ଟ କରାଯାଉଛି । କିନ୍ତୁ ଅମ୍ବାଭୋନା ବ୍ଳକ ର ବହୁ ବ୍ଯକ୍ତି ବିନା ଏଗ୍ରିମେଣ୍ଟ ରେ ଗଭୀର ନଳକୂପ ରେ ମୋଟର ଚଳୁଥିବା  ଅଭିଯୋଗ କରିଥିଲେ । ଆଗ କୁ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଥିବା ବେଳେ ପାଠ ପଢା ରେ ମଧ୍ୟ ଘୋର ବ୍ୟାଘାତ ଦେଖା ଦେବା ସଂଗେ ବାରମ୍ବାର ବିଦ୍ଯୁତ ବିଭ୍ରାଟ ହେତୁ ପଙ୍ଗା,କୁଳର ସଂପୂର୍ଣ୍ଣ ଅଚଳ ହୋଇପଡିଛି । ଅମ୍ବାଭୋନା ବ୍ଳକ ର ବିଭିନ୍ନ ଗ୍ରାମ ର ଜଳଯୋଗାଣ ପ୍ରକଳ୍ପ ଗୁଡିକ ବିଦ୍ଯୁତ ଅଭାବ ଯୋଗୁଁ ଗାଁ ଗାଁ ରେ ପାନୀୟ ଜଳ ର ଅସୁବିଧା ଦେଖାଦେଇଛି । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ବିବାହ ବ୍ରତ ବନ୍ଦ ଯୋଗୁଁ ଏବର୍ଷ ଜୋର ସୋର ବିବାହ କାର୍ଯ୍ଯକ୍ରମ ବେଳେ ବିଦ୍ଯୁତ ବିଭ୍ରାଟ ହେତୁ ସଂପୂର୍ଣ୍ଣ ଅନ୍ଧାର ଘେରରେ ରହୁଥିବା ସାଧାରଣ ରେ ମଧ୍ୟ ଅଭିଯୋଗ ହେଉଛି । ତେବେ ଆଗମୀ ସାତ ଦିନ ମଧ୍ୟରେ   ବିଦ୍ଯୁତ ବିଭ୍ରାଟ ର କୌଣସି ଆଶୁପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ କରାଯିବାକୁ ଅମ୍ବାଭୋନା ବିଜେପି ପକ୍ଷରୁ ଚେତାବନୀ ଦେଇଛନ୍ତି ।

Recent Post

Live Cricket Update