ଟିକିରା ନଦୀରୁ ମାଛ ଧରିବା ବେଳେ ଅଘଟଣ , ଡିନାମାଇଟ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ।

ଟିକିରା ନଦୀରୁ ମାଛ ଧରିବା ବେଳେ ଅଘଟଣ , ଡିନାମାଇଟ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର 

 

ଜେ, ବି ଏନ୍, ୧୩/୦୩/୨୦୨୧, (ରିପୋର୍ଟ, ମଦନ ସାହୁ), ଅନୁଗୋଳ ::ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସୀମାନ୍ତ କମ୍ପସଲା ଗ୍ରାମ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଚିରସ୍ରୋତା ଟିକିରା ନଦୀକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଶୁକ୍ରବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଯାଇଛି । ତେବେ ଏକ ସ୍ୱତନ୍ତ୍ର ଦେଶୀ ଡଙ୍ଗା ସାହାଯ୍ୟରେ ୪ଜଣ ଯୁବକ ନଦୀ କୂଳରେ ଡିନାମାଇଟ ଯୋଗେ ମାଛ ମାରିବା ପାଇଁ ଯୋଜନା କରିଥିଲେ । ମାତ୍ର ଅସାବଧାନତା ବଶତଃ ହଠାତ୍ ଏକ ଡିନାମାଇଟ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ କମ୍ପସଲା ଗ୍ରାମର ପପୁନ ସାହୁ (୨୧) ଗୁରୁତର ଭାବେ ଆହତ ହୋଇଥିଲେ । ଯାହାକି ତାଙ୍କର ଡାହାଣ ହାତ ପାପୁଲି ଛିଣ୍ଡି ଯାଇଥିଲା ବେଳେ ଡ଼ାହାଣ ପାର୍ଶ୍ୱ ଆଖି ମଧ୍ୟ ନଷ୍ଟ ସୋଇଯାଇଛି ।

Recent Post

Live Cricket Update