କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଓଡିଶା ପକ୍ଷରୁ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆରମ୍ଭ

 

 କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଓଡିଶା ପକ୍ଷରୁ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆରମ୍ଭ

 

 

 

ଜେ ବି ଏନ, ୧୨/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ବିରିବାଟି ଅନ୍ତର୍ଗତ ଢିଅ ସାହି ସ୍ଥିତ କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣ ରେ ଶିକ୍ଷକ ପ୍ରଶିକ୍ଷଣ ଶିବିର କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି, ଓଡିଶା ଦ୍ଵାରା ଆରମ୍ଭ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ( ସବ – କଲେକ୍ଟର) ଯୋଗଦେଇ ନିଜର ବକ୍ତୃତା ଦେଇ କହିଥିଲେ ସମାଜର ଶିକ୍ଷକ ହଉଛନ୍ତି ମେରୁଦଣ୍ଡ l ତାଙ୍କ ହାତରେ ଶିଶୁ ମାନଙ୍କ ଭବିଷ୍ୟତ l ସେମାନେ ଯେଉଁ ଭଳି ଶିକ୍ଷା ପ୍ରଦାନ କରିବେ ବିଦ୍ୟାର୍ଥୀୀ ମାନେ ସେଇ ଭଳି ନିଜକୁ ଭଲ ସୁଦୃଢ ମଣିଷ ଭାବେ ଗଢି ତୋଳିବେ। ତାଙ୍କ ସହ ଶିକ୍ଷାବିଦ୍ ଶ୍ରୀ କୈଳାଶ ଚ. ବରାଳ , ଯୋଗ ଗୁରୁ ସାଗରିକା ଜେନା, Dr ବାସନ୍ତୀ କୁମାରୀ ନନ୍ଦ, ପ୍ରତୀକ କୁମାର ସାହୁ, କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଓଡିଶା ର ସମ୍ପାଦକ ଶ୍ରୀ ଚିତ୍ତ ରଞ୍ଜନ ପାଢୀ, ସଭାପତି ଶ୍ରୀ କାର୍ତିକେସ୍ୱର ପାଣି ଙ୍କ ସମେତ ବହୁ ବରିଷ୍ଠ ଶିକ୍ଷକ ଓ ଶିକ୍ଷାର୍ଥୀ ମାନେ ଉପସ୍ଥିତ ଥିଲେ l ଏହି ପ୍ରଶିକ୍ଷଣ ଶିବିର ୩ ଦିନ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି ଏବଂ ଏଥିରେ ପ୍ରାୟ 70 ଜଣ ଶିକ୍ଷକ ବିଭିନ୍ନ କଳିଙ୍ଗ ଭାରତୀ ବିଦ୍ୟା ଶିଶୁ ମନ୍ଦିର ସ୍କୁଲ ରୁ ଯୋଗ ଦେଇଛନ୍ତି।

 

Recent Post

Live Cricket Update