ଅସହାୟ ପରିବାର କୁ ସହାୟତାପ୍ରଦାନକଲା ସେବା ଫାଉଣ୍ଡେସନ

  ଅସହାୟ ପରିବାର କୁ ସହାୟତାପ୍ରଦାନକଲା ସେବା ଫାଉଣ୍ଡେସନ

 

 

ଜେ ବି ଏନ, ୧୩.୦୩.୨୦୨୧ (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୁସୁପୁର ଗ୍ରାମ ର ଅସହାୟ ନାଗୁ ରାଉତ ଓ ଏକ ମାତ୍ର ଦିବ୍ୟାଙ୍ଗ ପୁଅ ନୃସିଂହ ଚରଣ ରାଉତ, ଦୁଃଖ ଦରିଦ୍ରତା ମଧ୍ୟରେ ଜୀବନ ବିତାଉଛନ୍ତି ! ନାଁ ରହିବା ପାଇଁ ଅଛି ପକ୍କା ଘର ! ଭଙ୍ଗାଝାଟି ମାଟି ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି | ସରକାରୀ ସୁବିଧା କେବଳ 10 କିଲୋ ରାସନ ଚାଉଳ ,! ମାସକୁ ଭତ୍ତା ଏକ ହଜାର ଟଙ୍କା | ଅର୍ଥ ଅଭବାରୁ ଚାଳ ଘର ଟି ଛପର ନ ହୋଇ ଭାଙ୍ଗିବାକୁ ବସିଲାଣି | ଦୁଇ ବର୍ଷ ହେବ ବିଦ୍ୟୁତ ବିଲ ବାକି ଥିବାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି | ବୃଦ୍ଧ ନାଗୁ ରାଉତ ର ଦିବ୍ୟାଙ୍ଗପୁଅ ନୁସିଂହ ମେରୁଦଣ୍ଡ ରୋଗ ରେ ଆକ୍ରାନ୍ତ ! ଏହି ଅସହାୟ ପରିବାରକୁ ସହାୟତା ର ହାତ ବଢ଼ାଇଛି ସେବା ଫାଉଣ୍ଡେସନ ! ସଭାପତି ରଶ୍ମି ରଞ୍ଜନ ପାତ୍ର, ସମ୍ପାଦକ ସମ୍ବିତ କୁମାର ପାଇଟାଳ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଅସହାୟ ବୃଦ୍ଧ ଏବଂ ଦିବ୍ୟାଙ୍ଗ ପୁଅ କରୁଣ ଦୃଶ୍ୟ ରେ ମର୍ମାହତ ହୋଇ

ଗୋଟେ ମାସ ପାଇଁ ରାସନ ସାମଗ୍ରୀ , ପିନ୍ଧିବା ପାଇଁ ବସ୍ତ୍ର , ମଶାରୀ , କମ୍ବଳ , ମାସ୍କ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସ୍ଥାନୀୟ ସରପଞ୍ଚ କୁ ଭେଟିଅସହାୟ ପରିବାରକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନୁରୋଧ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି !

 

Recent Post

Live Cricket Update