ପୁରୁଣାକଟକ ଥାନା ଅଚଂଳରେ ତିନୋଟି ପୃଥକ ଦୁର୍ଘଟଣା- ୨ ଗୁରୁତର ୨ ଆହାତ

ପୁରୁଣାକଟକ ଥାନା ଅଚଂଳରେ ତିନୋଟି ପୃଥକ ଦୁର୍ଘଟଣା- ୨ ଗୁରୁତର ୨ ଆହାତ

 

 

ଜେ ବି ଏନ, ୧୩/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର କରଡାକୋଠା, ରଙ୍ଗମାଟିଆ ଏବଂ ମାଧପୁର ନିକଟରେ ତିନୋଟି ପୃଥକପୃଥକ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ହୋଇଥିବାବେଳେ ୨ ଜଣ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ସୁଚନାମତେ ଅନୁଗୁଳୁର ଏକ ବିବାହ କାର୍ଯ୍ୟରେ ଯୋଗଦେଇ ନିଜ ଘର ଦଶପଲ୍ଲାକୁ ଏକ ବୁଲେଟ ଗାଡିନଂ- ଓଡି୦୨ ବିଜେ ୦୬୦୬ ଯୋଗେ ଫେରୁଥିବାବେଳେ କରଡାକୋଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପିଲରକୁ ଧକ୍କାଦେଇଥିଲା । ଫଳରେ ଦଶପଲ୍ଲା ଅଚଂଳର ଧର୍ମେନ୍ଦ୍ର କୁମାର ବିଶ୍ୱାଳ(୨୮) ଏବଂ ମନମୋହନ ନାଏକ(୩୧) ଗୁରୁତର ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ମାଧପୁର ରେଞ୍ଜରେ କାର୍ଯ୍ୟରତ ଦୁଇ ବନକର୍ମଚାରୀ ଉଦ୍ଧାର କରି ଆଡେଣିଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଦୁର୍ଘଟଣାରେ ଧର୍ମେନ୍ଦ୍ରଙ୍କ ହତ ଭାଙ୍ଗି ଯାଇଥିବାବେଳେ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ସେହିପରି ଆଡେଣିଗଡ ଗ୍ରାମର ଓକିଲ କହଁର ନାମକ ଜଣେ ବ୍ୟକ୍ତି ବାଇକରେ ଚାରିଛକ ଯାଉଥିବା ସମୟରେ ରଙ୍ଗମାଟିଆ ଠାରେ ଏକ ବଳଦ କୁ ଧକ୍କାଦେଇ ତଳେ ପଡିଯାଇଥିଲେ । ତାଙ୍କୁ ମଧ୍ୟ ଆଡେଣିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତି କରି ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି । ଅନ୍ୟପଟେ ମାଧପୁର ଛକ ନିକଟରେ ରାଣିଗଞ୍ଜ ଗ୍ରାମର ଯୁବକ ବାଇକ ଦୁର୍ଘଟଣାର ଶୀକାର ହୋଇ ଆଡେଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଆଡେଣୀଗଡ ଫାଣ୍ଡି ଅଧିକାରୀ ପହଚିଂ ତିନୋଟି ଦୁର୍ଘଟଣାର ଅଧିକ ତଦନ୍ତ ଯାରି ରଖିଥିବା ଜଣାପଡିଛି । ଗୋଟିଏ ଦିନରେ ତିନିତିନୋଟି ଦୁର୍ଘଟଣା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଉପରେ ଘଟିଥିବାବେଳେ ଗାଡି ଚାଳକ ମାନଙ୍କର ବେପରୁଆ ଗାଡି ଚାଳନା ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି ।

 

Recent Post

Live Cricket Update