ମନୁପାଲି ପଞ୍ଚାୟତ ରେ ଗାଁ କଲ୍ୟାଣ ସମିତି ଏବଂ ଚନ୍ଦ୍ରମା ସଂସ୍ଥା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଅଛି

ମନୁପାଲି ପଞ୍ଚାୟତ ରେ ଗାଁ କଲ୍ୟାଣ ସମିତି ଏବଂ ଚନ୍ଦ୍ରମା ସଂସ୍ଥା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ଝର

 

 

ଜେ ବି ଏନ, ୧୩/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ବୌଦ୍ଧ ଜିଲ୍ଲା ମନୁପାଲି ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ମନୁପାଲି ଗାଁ କଲ୍ୟାଣ ସମିତି ସମୂହ ଏବଂ ବେସରକାରୀ ସଂସ୍ଥା ” ଚନ୍ଦ୍ରମା ” ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଞ୍ଜନ ନାଏକ, ଏ ଡି ଏମ ଓ କିଶୋର ଚନ୍ଦ୍ର ପଟ୍ଟନୟକ, ଡି ପି ଏମ୍ ରୂପକ ମହାପାତ୍ର ଓ ମନୁପାଲି ସରପଞ୍ଚ ଶମ୍ଭୁ ମଲିକ୍ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିବା ଗାଁ କଲ୍ୟାଣ ସମିତି ସମୂହ ଓ ବେସରକାରୀ ସଂସ୍ଥା ‘ଚନ୍ଦ୍ରମା ‘ ର ସମ୍ପାଦକ ରମେଶ କୁମାର ଜେନା ଙ୍କୁ ଜିଲ୍ଲାପାଳ ଧନ୍ୟବାଦ୍ ଦେବା ସହ ଆଗାମୀ ଦିନରେ କିଭଳି ଅଧିକ ରୁ ଅଧିକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ଓ ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଶେଷରେ ରକ୍ତଦାନ କରିଥିବା ସଦସ୍ୟ ସଦସ୍ୟା ମାନଙ୍କୁ ଜିଲ୍ଲାପାଳ ମାନପତ୍ର ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରୁ ମୋଟ୍ ୩୧ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା ।

Recent Post

Live Cricket Update