



ଜଗଦଳପୁର ରେ ୪ ପାଳଗଦା ରେ ଅଗ୍ନିକାଣ୍ଡ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ କୁ ଆୟତ
ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୧୪.୦୩.୨୦୨୧) -: ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଆଜି ଦିନ ଦ୍ବିପ୍ରହର ରେ ଅଗ୍ନିକାଣ୍ଡ ଘଟି ୪ ପାଳ ଗଦା ଜଳି ପାଉଁଶ ହୋଇଯାଇଛି l ଗ୍ରାମର ପୂର୍ବତନ ସମିତିସଭ୍ୟ ରବୀନ୍ଦ୍ର ପାତ୍ର ଙ୍କ ଖଳା ରେ ଅଗ୍ନିକାଣ୍ଡ ଘଟିଛି ।ରବିନ୍ଦ୍ର ପାତ୍ର ଜଣେ ଚାଷୀ ହୋଇଥିବା ରୁ ତାଙ୍କ ଗୋରୁଗାଇ ଙ୍କୁ ପାଳ ଦେବା ପାଇଁ ରଖିଥିବା ୪ ଟି ପାଳଗଦା ନିଆଁ ଲାଗିରହିଥିବା ବେଳେ ରବିନ୍ଦ୍ର ପାତ୍ର ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ କୁ ଅବଗତ କରିଥିଲେ। ବ୍ରହ୍ମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସି ନିଆଁ କୁ ଆୟତ କରିଥିଲେ ।ଏଥିରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।