ତ୍ରିଂଶତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ତଥା ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୧ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ତ୍ରିଂଶତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ତଥା ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୧ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୧୪.୦୩.୨୦୨୧)-: ଚଳିତ ବର୍ଷ ତ୍ରିଂଶତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ତଥା ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୧ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଅଛି।ଚଳିତ ବର୍ଷର ନାଟକ ମହୋତ୍ସବ ‘ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ’ ଆୟୋଜକ ଭାବରେ ରହିଥିବା ବେଳେ ‘ଈଶା ଭିଜନ’ ସହ ଆୟୋଜକ ଭାବରେ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଶ୍ରୀ ବଳରାମ ଦାସ ପୌରୋହିତ୍ବ କରିଥିବା ବେଳେ ଅନୁଷ୍ଠାନର ସାଧ।ରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ମହାରଣା ମିଡିଆ ବନ୍ଧୁ ମାନଙ୍କୁ ଚଳିତ ବର୍ଷର ନାଟକ ମହୋତ୍ସବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ଚଳିତ ବର୍ଷର ନାଟକ ମହୋତ୍ସବର ସଫଳ ରୂପାୟନ ପାଇଁ ସହ ଆୟୋଜକ ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ଆହ୍ୱାନ ଦେଇଥିଲେ। ୧୯୯୦ ମସିହା ଠାରୁ ଦୀର୍ଘ ତିରିଶ ବର୍ଷ ମଧ୍ୟରେ ୨୫୦ରୁ ଅଧିକା ନାଟକ ମଞ୍ଚସ୍ତ କରେଇବା ସହ ଅନୁଷ୍ଠାନ ୨୦୦୦ରୁ ଅଧିକା ନୂଆଁ କଳାକାର ସୃଷ୍ଟି କରେଇବାର କୃତିତ୍ଵ ହାସଲ କରିଅଛି। ଅନୁଷ୍ଠାନ ପ୍ରତି ବର୍ଷ ବହୁ ବାଧାବିଘ୍ନକୁ ସାମ୍ନା କରି ମଧ୍ୟ ମଞ୍ଚ ନାଟକକୁ ଦର୍ଶକ ଏବଂ ନାଟକ ପ୍ରେମୀଙ୍କର ମଧ୍ୟରେ କିଛି ନୂଆଁ ଭାବନା ନେଇ ନୂଆଁ ରୂପରେ ପଦାର୍ପିତ ହୋଇଥାଏ । ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ନାଟକ ମହୋତ୍ସବ ସରକାରଙ୍କ କୋଭିଡ଼୍ ଗାଇଡ଼ ଲାଇନ୍ ଭିତରେ ସ୍ଥାନୀୟ ପ୍ରକାଶମ ହଲ୍ ଠାରେ ମାର୍ଚ୍ଚ ମାସ ୧୮ ତାରିଖ ଠାରୁ ୨୨ ତାରିଖ ଯାଏଁ ପାଞ୍ଚ ଦିନ ବ୍ୟାପୀ ଆୟୋଜନ କରାଯାଉଅଛି। ମାର୍ଚ୍ଚ ୧୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବ୍ରହ୍ମପୁରର ନୁପୁର ଅନୁଷ୍ଠାନ ପକ୍ଷରୁ ନାଟକ ‘ଚକ୍ରବ୍ୟୁହ’,ମାର୍ଚ୍ଚ ୧୯ ତାରିଖ ଦିନ ଶ୍ରୀ ଶ୍ରୀ ନରସିଂହ ନାଟ୍ୟ ସଂସ୍ଥା ସୁରଳ ଆନୁକୂଲ୍ୟରେ ନାଟକ ‘ପ୍ରତିଫଳ’,ମାର୍ଚ୍ଚ ୨୦ ତାରିଖ କଳିଙ୍ଗ କଳାକାର ଅନୁଷ୍ଠାନ ପୁରୀ ତରଫରୁ ନାଟକ ‘କିଏ?’, ମାର୍ଚ୍ଚ ୨୧ ତାରିଖ ଗଞ୍ଜାମ ଜିଲା ମଞ୍ଚ କଳାକାର ସମ୍ମିଳନୀ ବ୍ରହ୍ମପୁର ତରଫରୁ ସୌଜନ୍ୟ ମୂଳକ ନାଟକ ‘ଦୀପ ତଳ ଅନ୍ଧାର’ ଏବଂ ଶେଷ ସନ୍ଧ୍ୟାରେ ମାର୍ଚ୍ଚ ୨୨ତାରିଖ ଦିନ ଆଦର୍ଶ କଳାକାର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ତରଫରୁ ନାଟକ’ ପାଇକ ପଶା” ପ୍ରଦର୍ଶିତ କରାଯିବା ପାଇଁ କାର୍ଯ୍ୟକ୍ରମରେ ସ୍ଥାନିତ କରାଯାଇଅଛି। ଗୋଟିଏ ନାଟକ କେବଳ ସୌଜନ୍ୟତା ଦୃଷ୍ଟିରୁ ଥିବା ବେଳେ ଚଳିତ ଥର ଚାରିଗୋଟି ନାଟକ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଶେଷ ସନ୍ଧ୍ୟାରେ ସର୍ବଶ୍ରେଷ୍ଠ ନାଟକ ଅଭିନେତା ଅଭିନେତ୍ରୀ ଚରିତ୍ର ତଥା ଭିନ୍ନ ଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ସମ୍ବର୍ଦ୍ଧନା କରାଯିବ। ସବୁ ବର୍ଷ ଭଳି ଚଳିତ ବର୍ଷ କିଛି ନାଟ୍ୟ ପ୍ରତି ରୁଚି ରଖୁଥିବା ଏବଂ କଳା ପାଇଁ ସମର୍ପିତ କିଛି ବର୍ଷିୟାନ କଳାକାର ତଥା କଳା କ୍ଷେତ୍ରରେ ନିଜର ଅନୁରକ୍ତି ଭାବନା ସହ କିଛି ଅନନ୍ୟା ପ୍ରତିଭା ଧାରୀ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିରୀକୃତ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ନାଟକ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବୀଚିତ୍ରା ନନ୍ଦ ବେବର୍ତ୍ତା,ସଭାନେତ୍ରୀ କୀରଣବାଳା ମିଶ୍ର, କଳା ନିର୍ଦ୍ଦେଶକ ସତ୍ୟ ମହାରଣା, ଈଶା ଭିଜନର ଦୁଇ ମୁଖ୍ୟ-ସଂଯୋଜକ ସଦାନନ୍ଦ ସାହୁ ରବୀନ୍ଦ୍ର ନାଥ ସାହୁ, ଆବାହକ ଭବାନୀ ମିଶ୍ର,ସଂଗଠନ ସମ୍ପାଦକ ଇଂ. ସନ୍ତୋଷ କୁମାର ପାଣିଗ୍ରାହୀ, ଡ. ବିଜୟ ମହାରଣା, ରାଧା ଶ୍ୟାମ ଲେଙ୍କା,କୈଳାଶ ପାଣିଗ୍ରାହୀ,କେ. କୃଷ୍ଣ ମୁର୍ତ୍ତି , ଡି. ସୋମେୟା ଏବଂ ରାଜଗୋପାଳ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।

Recent Post

Live Cricket Update