ଶ୍ରୀ ସାହୁ ଓ ଶ୍ରୀ ନାୟକ, ଶ୍ରୀ ସାହୁ ଓ ଶ୍ରୀ ପୃଷ୍ଟି ଙ୍କୁ ବୈଶ୍ୟ ସମ୍ମାନ ରେ ସମ୍ମିଳିତ କରାଯାଇଥିଲା।

ମଞ୍ଚାସୀନ ଅତିଥି ମାନଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା।

ଶ୍ରୀ ସାହୁ ଓ ଶ୍ରୀ ନାୟକ, ଶ୍ରୀ ସାହୁ ଓ ଶ୍ରୀ ପୃଷ୍ଟି ଙ୍କୁ ବୈଶ୍ୟ ସମ୍ମାନ ରେ ସମ୍ମିଳିତ କରାଯାଇଥିଲା।

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୧୪/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଶ୍ରୀ ଶ୍ରୀ ଭୀମ ନଗରୀ ଥାନ ର ବାର୍ଷିକ ଉତ୍ସବ ଥାନ ପାତ୍ର ଗୋବର୍ଦ୍ଧନ ନାୟକ ଙ୍କ ସଭାପତିତ୍ବରେ ମାର୍ଚ୍ଚ ମାସ ଚଉଦ ତାରିଖରେ ଝାରଦାଗ୍ରାମର ଗିରିଧାରୀ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ଯ ସମାଜ କେନ୍ଦୁପାଟଣା କେନ୍ଦ୍ରୀୟ ସଭାପତି ରଶ୍ମି କାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ତାଙ୍କ ବକ୍ତବ୍ୟରେ ଶ୍ରୀ ସାହୁ ଯୁବପିଢି ଓ ମହିଳା ମାନେ ସାମିଲ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ସମ୍ପାଦକ ସନ୍ତୋଷ କୁମାର ସାହୁ, କେନ୍ଦ୍ରୀୟ ସଂଗଠନ ସଂପାଦକ ସୁଶାନ୍ତ କୁମାର ପୃଷ୍ଟି,, ରାହାମା ଥାନ ସମ୍ପାଦକ ରାଜକିଶୋର ସାହୁ ଜାତିର ଐତିହ ଓ ଆଗାମୀ ଯୋଜନା ସମ୍ବନ୍ଧରେ ପରାମର୍ଶ ଦେଇଥିଲେ। ଥାନ ସମ୍ପାଦକ ବିଜୟ କୁମାର ପୃଷ୍ଟି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲାବେଳେ ସଭ୍ୟ ଦ୍ବାରିକା ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୂର୍ବତନ ଥାନ ପାତ୍ର ଗିରିଧାରୀ ସାହୁ , ନ୍ରୁସିହ ଚରଣ ନାୟକ, ସଭ୍ୟ ମୋହନ କୁମାର ସାହୁ,ଶରତ ଚନ୍ଦ୍ର ପ୍ରୁଷ୍ଠି ଙ୍କୁ ମାନପତ୍ର ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ରୀୟ ସହ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଅସୁସ୍ଥତା ଯୋଗୁଁ ଆସି ନପାରି ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଭାରେ ପ୍ରାୟ ଅଶୀଜଣ ଯୋଗଦାନ କରିଥିଲେ।ବିନାୟକ ମହାନ୍ତି ଶ୍ଳୋକ ପାଠ ପଢିଥିଲେ।

Recent Post

Live Cricket Update