



ମହାତ୍ମା ଶ୍ରୀ ରାମକୃଷ୍ଣ ପରମହଂସଙ୍କର ୧୮୫ତମ ପୂଣ୍ୟ ଜନ୍ମ ଜୟନ୍ତୀ ମହାସମାରୋହରେ କୋଭିଡ୍ କଟକଣା ସହ ପାଳିତ
ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କଟକ : ଅବତାରୀ ପୁରୁଷ ମହାତ୍ମା ଶ୍ରୀ ରାମକୃଷ୍ଣ ପରମହଂସଙ୍କର ୧୮୫ତମ ପୂଣ୍ୟ ଜନ୍ମ ଜୟନ୍ତୀ ଆଜି ପବିତ୍ର ଦିନରେ ପୂଣ୍ୟପୀଠ କଟକର ବଂଗାଳୀସାହିସ୍ଥୀତ ରାମକୃଷ୍ଣ କୁଟୀରରେ ମହାସମାରୋହରେ କୋଭିଡ୍ କଟକଣା ମାନି ସ୍ଥାୟୀ ସଭାପତି ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ପଦ୍ମନାଭ ସାମଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ସତ୍ଯ ରାୟ, ବିଶିଷ୍ଟ ସାହିତ୍ଯିକ ଡଃ ସୁଦର୍ଶନ ପଟ୍ଟନାୟକ, ଶ୍ରୀ ବିଚିତ୍ରାନନ୍ଦ ମିଶ୍ର ଯୋଗ ଦେଇ ଶ୍ରୀ ରାମକୃଷ୍ଣ ପରମହଂସଙ୍କର ଗୁଣଗାନ କରିବା ସହ ତାଙ୍କରି ନୀତି ଆଦର୍ଶ ରେ ଜୀବନଯାପନ କରିବାକୁ ଭାଷଣ ମାଧ୍ୟମରେ ବାର୍ତ୍ତା ଦେଇଥିଲେ। ଅନ୍ୟ ମାନଂକ ମଧ୍ଯରେ କୁଟୀରର ସମ୍ପାଦକ ଶ୍ରୀ ଗୋକୁଳାନନ୍ଦ ପଟ୍ଟନାୟକ,ତତ୍ତ୍ବାବଧାରକ ଶ୍ରୀ ସୁଭାଷ ଚନ୍ଦ୍ର ସାହୁ, ଡଃ ଦୀପକ କୁମାର ଗୁପ୍ତା, ବିଦ୍ଯୁତ୍ କୁମାରୀ ଲାଲା,ଶ୍ରୀ ଦେବରାଜ ମିଶ୍ର ଓ ଶ୍ରୀମତୀ ଲକ୍ଷ୍ମୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିବା ସହ ପରମହଂସଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ମାନବସମାଜ କୁ ନିବେଦନ କରିଥୂଲେ। ଶେଷରେ ଚୌଧୁରୀ ଶରତଚନ୍ଦ୍ର ଦାସ ଧନ୍ଯବାଦ ଅର୍ପଣ କରିଥୂଲେ।