ଢେଙ୍କାନାଳ ବ୍ୟାଙ୍କ୍ ୟୁନାଇଟେଡ ପୋରମ ର ଦୁଇ ଦିନିଆ ସର୍ବ୍ ଭାରତୀୟ ବ୍ୟାଙ୍କ୍ ଧର୍ମଘଟ

ଢେଙ୍କାନାଳ ବ୍ୟାଙ୍କ୍ ୟୁନାଇଟେଡ ପୋରମ ର ଦୁଇ ଦିନିଆ ସର୍ବ୍ ଭାରତୀୟ ବ୍ୟାଙ୍କ୍ ଧର୍ମଘଟ

ଜେ. ବି. ଏନ୍ (୧୫/୦୩/୨୦୨୧), ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି, ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ସରକାର ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଦେଶ ର ଜାତୀୟ କରଣ ବ୍ୟାଙ୍କ୍ ଗୁଡିକୁ ନିଜି କରଣ କରିବା ବିରୁଦ୍ଧରେ ମାର୍ଚ ୧୫ ଓ ୧୬ ଦୁଇଦିନିଆ ସର୍ବ ଭାରତୀୟ ଧର୍ମଘଟ ଢେଙ୍କାନାଳ ରେ ମିଳିତ ବ୍ୟାଙ୍କ୍ କର୍ମଚାରୀ ଏବଂ ଅଫିସର ସଂଘ ଦ୍ଵାରା ପାଳିତ ହୋଇଅଛି ।ଢେଙ୍କାନାଳ ସହର ଏବଂ ଆଖାପାଖ ରେ ଥିବା ସମସ୍ତ ସରକାରୀ ଏବ୍ଂ ପ୍ରୋଫେଟ ବ୍ୟାଙ୍କ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୯୬୯ ମସିହା ରେ ହୋଇଥିବା ବ୍ୟାଙ୍କ୍ ଜାତୀୟ କରଣ ପରେ ଆମ ଦେଶରେ କୃଷି, ଶିଳ୍ପ, ଏବ୍ଂ ବିଭିନ୍ନ୍ ଉନ୍ନତି ମୂଳକ କ୍ଷେତ୍ରରେ।ବ୍ୟାଙ୍କ୍ ଗୁଡିକର ଅବଦାନ ଅବିସ୍ମରଣୀୟ। ସାଧାରଣ କୃଷକ, କ୍ଷୁଦ୍ର କୃଷି ଉଦ୍ୟୋଗ, ଶିକ୍ଷିତ, ବେକାର ଶିକ୍ଷା କ୍ଷେତ୍ରରେ ରୁଣ ଇତ୍ୟାଦି ରେ ଜାତୀୟ କରଣ ବ୍ୟାଙ୍କ୍ ମାନେ ଅଗ୍ରଣୀ ଅଛନ୍ତି। କିନ୍ତୁ ବଡ ବଡ ଉଦ୍ୟୋଗ ପତି ଯଉ ମାନେ କି ରୁଣ ନେଇ ସୁଝୁ ନାହାନ୍ତି। ସେମାନଙ୍କ ହାତରେ ବ୍ୟାଙ୍କ୍ ର ମାଲିକାନା ଟେକି ଦେବାକୁ ସରକାର ବସିଛନ୍ତି। ବିଲେଇ ହାତରେ ଶୁଖୁଆ ପୋଡ଼ା ପରି ଅବସ୍ଥା। ପ୍ରୋଫେଟ ସଜେସନ୍ ଦ୍ଵାରା ଅଧିକାରୀ ଗ୍ରାମୀଣ ଶାଖା ବନ୍ଦ ହେବା ସହ ସାଧାରଣ ଲୋକଟିଏ ପାଇଁ ବ୍ୟାଙ୍କ୍ ର ଦ୍ଵାର ବନ୍ଦ ହୋଇଯିବ। ତେଣୁ ଏଇ ଅନ୍ୟାୟରେ ପ୍ରତିବାଦ ନିମନ୍ତେ ଢେଙ୍କାନାଳ ଇନ୍ଦିରା ସୁପର୍ ମାର୍କେଟ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭା ରେ ଷ୍ଟେଟ ବ୍ୟାଙ୍କ ର ଏଜି ଏସ୍ ଶ୍ରୀ ଦେବୀ ପ୍ରସାଦ ମିଶ୍ର ରିଜିଓନାଲ ସେକ୍ରେଟେରୀ ଶ୍ରୀ ନିରଞ୍ଜନ ମିଶ୍ର, ଶ୍ରୀ ମନମୋହନ ନାୟକ, ସନ୍ତୋଷ ବରାଳ, ସୌମ୍ୟ ମିଶ୍ର, ଗୋପାଲ ଚନ୍ଦ୍ର ସାହୁ, ଶ୍ରୀ ନଳିନୀ ଦାସ, ପ୍ରକାଶ ମହାପାତ୍ର, ଭିଭାଷ ମହାନ୍ତି, ଅମୀୟ ସାମଲ, ଆଲ୍ଲାହାବାଦ ବ୍ୟାଙ୍କର ଶ୍ରୀ ବିଶ୍ଵ ରୂପ ଦୀକ୍ଷିତ୍, ଶ୍ରୀ ଘନଶ୍ୟାମ ପରିଡା, ଶ୍ରୀ କ୍ଷେତ୍ର ବାସୀ ବେହେରା, କାନାଡା ବ୍ଯାଙ୍କ ର ଶ୍ରୀ ଆଶିଷ ସାମଲ, ନିରଞ୍ଜନ ସାହୁ, ବ୍ୟାଙ୍କ୍ ଅପ୍ ଇଣ୍ଡିଆ ର ଶ୍ରିମତୀ କଲ୍ୟାଣୀ ସାହୁ, ୟୁକୋ ବ୍ଯାଙ୍କ ର କେ ଦେବେନ୍ଦ୍ର ରାଓ, ପି. ଏନ୍. ବି. ର ମନୋଜ କୁମାର ସାହୁ, ପଦ୍ମନାଭ ଜେନା, ଶ୍ରୀ କାନ୍ତ ବରାଳ ସେଣ୍ଟ୍ରାଲ ବ୍ୟାଙ୍କ ର ମୁରଲୀଧର ସାହୁ, ଏହି ସଭାରେ ବିଶେଷ ଅତିଥି ଶ୍ରୀ ଲକ୍ଷ୍ମି ପ୍ରସାଦ ପଟ୍ଟନାୟକ, ରିଜର୍ଭ ବ୍ୟାଙ୍କ ର ଶ୍ରୀ ରୁଦ୍ର ନାରାୟଣ ମହାପାତ୍ର, ଶ୍ରୀ ବୈକୁଣ୍ଠ ବିହାରୀ ପଣ୍ଡା, ଶ୍ରୀ ବିଘ୍ନ ସାହୁ, ଶ୍ରୀ ମୁରଲୀଧର ଭଞ୍ଜ, ପ୍ରମୁଖ ଯୋଗ ଦେଇ ସଭାକୁ ସାଫଲ୍ଯ ମଣ୍ଡିତ କରିଥିଲେ।

Recent Post

Live Cricket Update