ଗଞ୍ଜାମର ଦଣ୍ଡନାଚକୁ ମିଳିଲା ଅନୁମତି

ଗଞ୍ଜାମର ଦଣ୍ଡନାଚକୁ ମିଳିଲା ଅନୁମତିଗଞ୍ଜାମର ଦଣ୍ଡନାଚକୁ ମିଳିଲା ଅନୁମତି

ଗଞ୍ଜାମର ଦଣ୍ଡନାଚକୁ ମିଳିଲା ଅନୁମତି

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୧୫.୦୩.୨୦୨୧) -: କରୋନା କାଳ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ମିଳିଛି ଅନୁମତି । ପ୍ରଶାସନ ପକ୍ଷରୁ ଦଣ୍ଡନାଚକୁ ଅନୁମତି ମିଳିଥିବା ସୂଚନା ମିଳିଛି । ପୂର୍ବ ନିର୍ଦ୍ଦେଶନାମାରେ ସାମନ୍ୟ ପରିବର୍ତ୍ତନ କରି ଅନୁମତି ଦିଆଯାଇଛି । ନିୟମ ଅନୁସାରେ, କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ପାଇଁ ଅନୁମତି ମିଳିଛି ।ତେବେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ ପାଇଁ ପାରମ୍ପାରିକ ରୀତି ଅନୁଯାୟୀ ପାଳନ ହେବ । କୋଭିଡ୍ ଗାଇଡ଼ଲାଇନ୍ ଅନୁଯାୟୀ କେବଳ ଦଣ୍ଡୁଆଙ୍କ ଦଣ୍ଡନାଚ ଅନୁଷ୍ଠିତ ହେବ । ତା ପୁଣି ୨ଶହ ଲୋକଙ୍କୁ ନେଇ, ତାଠୁ ଯଦି ଅଧିକ ହୁଅନ୍ତି, ତେବେ ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ପ୍ରଶାସନ ।

 

ନିମ୍ନ ଲିଖିତ କଟକଣା ସହ ଦଣ୍ଡ ନାଚରେ ମୁକ୍ତ ମଞ୍ଚ ନାଟକ ପରିବେଷଣ ଅନୁମତି

—————————————-

01. 60w ଭିତରେ ସାଉଣ୍ଡ

02. ରାଜ୍ୟ ବାହାର କିମ୍ବା ପ୍ରବାସୀ

ଓଡ଼ିଆ କଳାକାରଙ୍କୁ ଅଗ୍ରାହ୍ୟ

03. ମେଲୋଡି କିମ୍ବା ଗ୍ରୁପ୍ ଡାନ୍ସ

ପାଇଁ ସଂପୂର୍ଣ୍ଣ ବାରଣ । ଅବଶ୍ୟ

ବହିର ଆବଶ୍ୟକ ନେଇ

ନାଟକ ଭିତରେ ହୋଇ ପାରିବ

04. ଅଶ୍ଳିଳ ନୃତ୍ୟ ସଙ୍ଗୀତ ରହିବନି

05. ନାଟକ ପ୍ରାରମ୍ଭରେ ଓ ମଝିରେ

ମଝିରେ କରୋନା ସଚେତନ

ଧର୍ମି ଦୃଶ୍ୟ ପରିବେଷଣ ହେବ

Recent Post

Live Cricket Update