ଢେଙ୍କାନାଳ : ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ 

ଢେଙ୍କାନାଳ : ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ 

 

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ :ଆଜି ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ସେମାନେ ଏ ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ସେମାନଙ୍କ ଦାବିପତ୍ର ମୁତାବକ ସେମାନେ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲ ର ଉକ୍ତ ଗ୍ରାମଟିକୁ ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୁର ସ୍ଥାପନ କରିଅଛନ୍ତି । ଯାହାକି ଢେଙ୍କାନାଳ ଇତିହାସରୁ ଜଣାଯାଏ । ଆମ ଗ୍ରାମର ଲୋକସଂଖ୍ୟା ପ୍ରାୟ ୧୬୦୦ ହେବ ଏବଂ ଭୋଟର ପ୍ରାୟ ୧୦୦୦ ହେବ । ଆମ ଗ୍ରାମଟି ବର୍ତ୍ତମାନ ପଡା ଗ୍ରାମରେ ରହିଅଛି । ଏହାର ମୁଳ ରାଜସ୍ବ ଗ୍ରାମ ବନ୍ଧନୁଆର୍ଗ ଅଟେ । ଆମ୍ଭ ଗ୍ରାମରେ ଦୁଇଟି ୱାର୍ଡ ଅଛି । ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଅଛି । ଏବଂ ୧୯୫୪ ମସିହାରୁ ଗୋଟିଏ ଉ.ପ୍ରା ସ୍କୁଲ ଅଛି । ଆଉ ମଧ୍ୟ ପ୍ରାୟ ୪୦ଟି ଏସ୍.ଏଚ୍.ଜି , ଗୁପ୍ ରହିଅଛି । ଆମ୍ଭ ଗ୍ରାମରେ ଦେବୋତର ବିଭାଗରୁ ଶ୍ରୀଶ୍ରୀ ରଘୁନାଥ ଜିଉ ମନ୍ଦିର ସ୍ଥାପନା ହୋଇଅଛି । ଯାହାକି ଉକ୍ତ ମନ୍ଦିରକୁ ଦେବୋତର ବିଭାଗ ପରିଚାଳନା କରୁଅଛି । ଉକ୍ତ ଗ୍ରାମରେ ଦେବୋତର ବିଭାଗର ଏକ ଖମାର ରହିଅଛି ଯାହାକି ଉକ୍ତ ଖମାର ର ନାମ ଦୁର୍ଗାପ୍ରସାଦ ଖମାର ଅଟେ । ଆମ୍ଭ ଗ୍ରାମରେ ଗ୍ରାମ ଦେବତୀ ମା ମଙ୍ଗଳାଙ୍କ ମନ୍ଦିର ଅଛି ଯାହାକି ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ଯାତ୍ରା ରୂପେ ପାଳନ କରାଯାଏ ଆଉ ମଧ୍ୟ ମା ଦକ୍ଷୀଣକାଳୀ , ମା କଳାପାଟ , ମା ଶାରଳା , ଶ୍ରୀ ଶ୍ରୀ ଶନିଶ୍ବର ମନ୍ଦିର ଏବଂ ଦୁଇଟି ଭାଗବତ ଘର ଅଛି । ଗ୍ରାମରେ ୪ଟି କ୍ଲବ ଘର ମଧ୍ୟ ଅଛି । ପ୍ରତିବର୍ଷ ଆମ ଗ୍ରାମରେ ଫୁଟୁବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୁଏ , ଆମ୍ଭ ଗ୍ରାମରେ ଶ୍ମଶାନ , ଜଙ୍ଗଲ ଏବଂ ଖେଳ ପଡିଆ ଯାହା ପ୍ରାୟ ୯.୦୦ ଏକର ଜାଗା ଅଛି । ଗ୍ରାମ ବସ୍ତି ହେଲା କାଳରୁ ଲୋକମାନେ ଉକ୍ତ ଜାଗାକୁ ବ୍ୟବହାର କରି ଆସୁଛନ୍ତି । ୧୯୮୦ ମସିହାରେ ଦେବୋତର ବିଭାଗ ଆମ୍ଭ ଗ୍ରାମ ଲୋକଙ୍କୁ ପ୍ରାୟ ୨୦ ଏକର ଜାଗାକୁ ପଟ୍ଟା ଦିଆଯାଇଅଛି । ଆୟ ଗ୍ରାମବାସୀ ବୃନ୍ଦ ଆନ୍ତ ଗ୍ରାମକୁ ରାଜସ୍ବ ମୌଳା କରିବା ପାଇଁ ୨୦୧୧ ମସିହାରେ ଆବେଦନ କରିଥିଲେ ମଧ୍ୟ ତାହା ଆପଣଙ୍କ ପାଖରେ ପଡିରହିଛି । ରାଜସ୍ୱ ମୌଜା କରିବା ପାଇଁ ଗ୍ରାମ ତରଫରୁ M.P , M.la ଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇଲେ ମଧ୍ୟ ତାହା କିଛି ଫଳପ୍ରଦ ହେଉନାହିଁ ଏବଂ ଗ୍ରାମବାସିମାନେ ୫ ୬ ଥର ଲିଖିତ ଆକାରରେ ଆପଣଙ୍କୁ ଦେଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିଲା ନାହିଁ । ରାଜସ୍ୱ ମୌଜା କରିବା ନିମନ୍ତେ ଆସ୍ତେ ତା ୧୪.୦୪.୧ ୦୧୯ ରିଖରେ ୦ . TV , ତରଫରୁ ହେଉଥିବା ଜନମଂଚରେ ଜଣାଇ ଥିଲେ ଏବଂ ଭୋଟ୍‌ ବର୍ଜନ କରିବା ନିମନ୍ତେ ନିଷ୍ପତି ନେଇଥିଲେ । ଭୋଟ୍‌ ବର୍ଜନ କରିବା ନିମନ୍ତେ ଆମ ଗ୍ରାମବାସୀଙ୍କ ତରଫରୁ ସମସ୍ତ ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲୁ । ଏହାପରେ ମାନନୀୟ ଜିଲ୍ଲାପାଳ ଏହାର ସମାଧାନ କରିବା ନିମନ୍ତେ ମୁନିସିପାଲିଟିର ଏକଜ୍ୟୁକୁଟର ଅଫିସର ଏବଂ ଢେଙ୍କାନାଳ ଅ.ପୂ.ଦା

ତହସିଲଦାରଙ୍କୁ ଗ୍ରାମକୁ ପଠାଇଥିଲେ । ଏବଂ ଗ୍ରାମ ସଭା ଜଳାଇ ଏହାର ସମାଧାନ କରିବା ନିମନ୍ତେ ଏକ ଲିଖିତ ଆକାରରେ ଦେଇଥିଲେ । ଗ୍ରାମବାସୀ ବୃନ୍ଦ ରାଜା ମୌଜା ହେବା ନିମନ୍ତେ ନିର୍ଭର ପ୍ରତିମୂର୍ତ୍ତି ପାଇଲା ପରେ ଗ୍ରାମର ସମସ୍ତ ଲୋକ ଭୋଟ ଦେଇଥିଲେ । ( ଯାହାକି ଶତକତା ୮୩ % ) ଆଜିକୁ ପ୍ରାୟ ପାଖାପାଖି ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଆଉ କୌଣସି ପଦ କ୍ଷେପ ନେଇ ନାହାନ୍ତି । ଏଣୁ ଗ୍ରାମବାସୀମାନେ ବାଧ୍ୟ ହୋଇ ତ , ୧ ୫ , ୦୩ , ୨ ୦୨୧ ଦିନ ଢେଙ୍କାନାଳ ବାଳିଶୋକ ଛକ ଠାରୁ କଲେକ୍ଟରଙ୍କ ଅଫିସ୍ ପର୍ଯ୍ୟନ୍ତ ଏକ ବଡ ସୋଭାଯାତ୍ରା କରି କଲେକ୍ଟରଙ୍କ ପାଖରେ ଧାରଣା ଦେବେ ବୋଲି ସ୍ଥିରକଲେ । ଜିଲ୍ଲାପାଳ ଉକ୍ତ ଗ୍ରାମକୁ ରାଜା ମୌଜା ଘୋଷଣା ନ କରିବା ପର୍ଯ୍ୟନ୍ତ ଆମେ ଗ୍ରାମବାସୀବୃନ୍ଦ ତା , ୦୯ , ୦୪ , ୨୦୨୧ ରିଖ ଦିନ ଆମ୍ଭ ଗ୍ରାମର ରାଜ ରାସ୍ତାକୁ ଅବରୋଧ କରିବୁ ଏଥିରେ ଯାହା କ୍ଷୟ କ୍ଷତି ହେବ ତାହା ସରକାର ଓ ପ୍ରଶାସନ ଦାୟୀ ରହିବେ । ଆହୁରି ମଧ୍ୟ ଦେବୋତର ର ସମସ୍ତ ଚାଷ ଭୂମିକୁ ବର୍ଜନ କରିଛୁ ଏବଂ ଖମାରକୁ ମଥ ଅଚଳ କରି ରଖନ୍ତୁ ଏବଂ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଯଥା ଦେବୋତର ବିଭାଗର ଅଧିକାରୀଙ୍କୁ ଗ୍ରାମ ଭିତରକୁ ପୁରାଇ ଦେବୁନାହିଁ । ଆଉ ଆମ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆମେ ଗ୍ରାମବାସୀମାନେ ବର୍ଜନ କରିବୁ । A – 151954972 ଏଣୁ ବିନୀତ ପ୍ରାର୍ଥନା କରୁକି ଆମ ଗ୍ରାମକୁ ରାଜା ମୌଜା ଘୋଷଣା କରାଗଲେ ଆମେ ଗ୍ରାମବାସୀ ଚିରୋପକୃତ ହେବେ ବୋଲି ଉଲ୍ଲେଖ କରିଛନ୍ତି l

Recent Post

Live Cricket Update

× How can I help you?