କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାୱାର କରିଡର୍ କୁ ନେଇ ବିଜେଡି ତିନି ଫାଳ , ରହୁନି ସମନ୍ୱୟ , ବଢୁଛି ଗୋଷ୍ଠି କନ୍ଦଳ !

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାୱାର କରିଡର୍ କୁ ନେଇ ବିଜେଡି ତିନି ଫାଳ , ରହୁନି ସମନ୍ୱୟ , ବଢୁଛି ଗୋଷ୍ଠି କନ୍ଦଳ !

 

ଜେ ବି ଏନ,(ରିପୋର୍ଟ, ଟୁକୁନା ପ୍ରଧାନ) ବ୍ରହ୍ମପୁର ( ୧୫.୦୩.୨୦୨୧) -: ଓଡିଶା ରାଜନୀତିରେ ଆଞ୍ଚଳିକ ଦଳ ରୂପେ ସରକାର ଗଠନ କରିଛି ବିଜୁ ଜନତା ଦଳ l ଓଡ଼ିଶାର ବୃହତମ ଓ ଏକନମ୍ବର ଦଳ ହୋଇପାରିଛି ବିଜେଡି l ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ସହ ଘରେ ଘରେ ଦଳୀୟ ନେତାଙ୍କ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ବହୁବିଧି ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶାର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଏଭଳି ସ୍ଥିତିରେ ଆସ୍କା ଲୋକସଭା ଆସନର କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତା ଦଳରେ ତିନି ଗୋଷ୍ଠୀ ହୋଇଥିବା ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି l ତିନି ନେତା ପୃଥକ ପୃଥକ ଭାବେ ନିଜ ନିଜର ସମର୍ଥକ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରୁଥିବାର ମଧ୍ଯ ଦେଖିବାକୁ ମିଳିଛି !

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ଲୋକସଭା ଆସନ ମଧ୍ୟ ବିଜେଡି ହାତରେ ରହିଛି l କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରେ ବିଜେଡି ଭିତରେ ତିନି ଫାଳ ନେଇ ସାଧାରଣରେ ଆଲୋଚନା ଚାଲିଛି ! ବିଜୁ ଜନତା ଦଳର ରାଜନେତା ମାନେ ନିଜ ନିଜର କର୍ମକର୍ତ୍ତା ମାନଙ୍କୁ ନେଇ ବିଭକ୍ତ ହେବାରେ ଲାଗିଲେଣି l ଯାହାଦ୍ୱାରା ବିଜୁ ଜନତା ଦଳର ସେଭଳି ଏକତା ଦେଖିବାକୁ ମିଳୁନାହିଁ l ଆଗକୁ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଶାସକ ଦଳର କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡ଼ିବା ଜଳଜଳ ଦେଖାଯାଉଛି l ଏଣୁ ଶାସକ ଦଳର ସଂଗଠନ ଭୁସିଡିବା ରାଜନୈତିକ କ୍ଷେତ୍ରରେ ଆଶଙ୍କା ରହିଛି ! କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ବାସୀଙ୍କ ମନ ଜିଣିବାକୁ ସବୁ ତରିକା ଆପଣାଉଛି ଦଳ l ହେଲେ ଦଳ ଭିତେର ଚାଲିଥିବା ଗୋଷ୍ଠି କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି ! ଏପଟେ ନିର୍ବାଚନମଣ୍ଡଳୀ ର ମଙ୍ଗ ସମ୍ଭାଳୁଥିବା ତିନି ନେତୃବୃନ୍ଦ ଙ୍କ ଭିତରେ ରହୁନି ତାଳମେଳ ଫଳରେ ନିଜ ନିଜର ଦବ୍ ଦବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରି ନିଜ ନିଜର ସମର୍ଥକ ମାନଙ୍କୁ ଏକାଠି କରିବା ରେ ଲାଗିଛନ୍ତି ତିନି ନେତା ବୋଲି ସାଧାରଣ ରେ ଆଲୋଚନା ଚାଲିଛି ! ବେଗୁନିଆପଡା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ଅଞ୍ଚଳର ଶାସକ ଦଳର କିଛି ଅସହିଷ୍ଣୁ ନେତାଙ୍କ କାର୍ଯ୍ୟକଳାପ ଉପରେ ଜନତା ଅସନ୍ତୋଷ ପ୍ରକାଶ କରିଥିବା ର କଥା ମଧ୍ଯ ଶୁଣିବାକୁ ମିଳୁଛି ! ପୂର୍ବରୁ ବିଜେଡିରେ ଥିବା କର୍ମକର୍ତ୍ତା ମାନଙ୍କୁ ବର୍ତ୍ତମାନ ଶାସନ କାଳରେ ସାମିଲ କରାଯାଉନଥିବା ବିଭିନ୍ନ ରାଜନୈତିକ ପରିଭାଷାରେ ଚର୍ଚ୍ଚା ହେଉଛି ! ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳୁନାହିଁ ! କୋଦଳା ଓ କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ବେଗୁନିଆପଡା ଅଞ୍ଚଳରେ ଦଳୀୟ ସମନ୍ନୟ ଅଭାବରୁ ବିଜେଡି ରେ ତ୍ରିକୋଣୀୟ ଫାଟ ସୃଷ୍ଟି ହେଲାଣି ବୋଲି ଜନସାଧାରଣ ରେ ଚା ଖଟି ରେ ଆଲୋଚନା ଚାଲିଛି ! ଆଗାମୀ ପୌର ନିର୍ବାଚନ ଏବଂ କିଛି ଦିନ ବ୍ୟବଧାନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିପରି ଭାବେ ସମୂଖୀନ ହେବ ଏବଂ ଦଳୀୟ ସ୍ଥିତି କିପରି ସୁଧାରିବ ତାହା ଦେଖିବାକୁ ବାକି ରହିଲା ? କିଛି ଦିନ ପୂର୍ବରୁ କୋଦଳା ଅନ୍ତର୍ଗତ ଝାଡେଶ୍ୱର ମନ୍ଦିର ନିକଟରେ ଗୋଟିଏ ଗୋଷ୍ଠୀର କର୍ମୀ ମାନେ ଏକାଠି ହୋଇ ବୈଠକ କରି ରଣ ହୁଙ୍କାର ଦେଇଥିବା କଥା ଶୁଣିବାକୁ ମିଳୁଛି ତାହା କେତେ ସତ କେତେ ମିଛ ସମୟ କହିବ ! ସେହିପରି ଅନ୍ୟ ଜଣେ ରାଜନେତା ନିର୍ବାଚନ ମଣ୍ଡଳୀ ର ନିଜର ସମର୍ଥନ ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ କରିଥିବା ର କଥା ମଧ୍ଯ ଆଲୋଚନା ଚାଲିଛି ! ଦେଖାଯାଉ ଆଗକୁ କଣ ହେଉଛି ଦେଖିବାକୁ ବାକି ରହିଲା ! ଏଭଳି ସ୍ଥଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଏବେ ତିନି ଫାଳ ଦେଇ ଗତି କରୁଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି !

Recent Post

Live Cricket Update