ଆଜି ଅନୁଗୋଳ ଜିଲ୍ଲାରୁ ୦୪ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୪୦୬ରେ ପହଞ୍ଚିଲା- ସୁସ୍ଥ ହେଲେ ୦୧ ଜଣ

ଆଜି ଅନୁଗୋଳ ଜିଲ୍ଲାରୁ ୦୪ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୪୦୬ରେ ପହଞ୍ଚିଲା- ସୁସ୍ଥ ହେଲେ ୦୧ ଜଣ

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲାରେ ୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୩ ରେ ପହଂଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) ଓ ପାଳଲହଡା ବ୍ଳକ୍ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିସ୍ବାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୧ ଜଣ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।

Recent Post

Live Cricket Update