ରାଉତାଳ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର

ରାଉତାଳ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜେ ବି ଏନ, ୧୬/୦୩/୨୦୨୧, ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ ଅନୁଗୋଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ବଡହିସର ପଞ୍ଚାୟତ ଅଧୀନ ରାଉତାଳ ଗ୍ରାମ ଠାରେ ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଭାସୁଥିଲା । ତେବେ ସୋମବାର ସନ୍ଧ୍ୟାରେ ଏହା ଜାଣିବା ପରେ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ରୁଣ୍ଡ ହୋଇଥିଲେ ।ଏ ସମ୍ପର୍କରେ ଜରପଡା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଜରପଡା ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିବା ସହ ପାରିପାର୍ଶ୍ବିକ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ । ଏହାପରେ ଅନୁଗୋଳ ଦମକଳ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ପରିତ୍ୟକ୍ତ କୂଅ ଭିତରୁ ଭାସୁଥିବା ଅବସ୍ଥାରେ ମୃତକ ଯୁବକଙ୍କ ଶବ ଉଦ୍ଧାର କରିଥିଲେ । ସେହିପରି ଶବ ବ୍ୟବଚ୍ଛେଦ ସକାଶେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ,କୂଅ ଉପରେ ସମ୍ପୃକ୍ତ ଯୁବକଙ୍କ ଏକ ମନିପର୍ସ, ଏକ ଏଟିଏମ୍ କାର୍ଡ , ଗାଡ଼ି ରେଜିଷ୍ଟ୍ରେସନ କାର୍ଡ,ଏକ ମୋବାଇଲ ପଡ଼ିଥିଲା । ଏହାସହିତ ସେଠାରୁ କିଛି ଦୂରରେ ଏକ ବାଇକ୍ ନମ୍ବର ଓଡି – ୩୫ ସି – ୭୪୫୫ ସିଡି ଡିଲକ୍ସ ବାଇକ୍ ଥିଲା । ଏହି ସବୁ କାଗଜ ପତ୍ର ଏବଂ ବାଇକ୍ ପୁଲିସ ଘଟଣାସ୍ଥଳରୁ ଜବତ କରିଛି । ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ମୃତକ ଯୁବକ ହେଲେ ଅନୁଗୋଳ ଜିଲ୍ଲାର କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଗ୍ରାମର ପ୍ରଦୀପ ସାହୁଙ୍କ ପୁଅ ସଞ୍ଜୟ କୁମାର ସାହୁ ( ୨୭) ବୋଲି ଜଣାପଡିଛି । ପ୍ରକାଶ ଯେ , ସମ୍ପୃକ୍ତ ଯୁବକ ଜଣକ କେଉଁ ପରିସ୍ଥିତିରେ ଏବଂ କିଭଳି ଭାବରେ ଏହି କୂଅରେ ପଡ଼ି ମୃତ୍ୟୁ ବରଣ କଲେ । ସେ ନିଜେ ଆତ୍ମହତ୍ୟା କରିଛି କିମ୍ବା ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଅପରପକ୍ଷରେ ଏହି ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ ତଥା ଅନୁସନ୍ଧାନ କରାଗଲା ପରେ ଯାଇ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏ ନେଇ ଏକ ମାମଲା ରୁଜ୍ଜୁ କରି ଜରପଡା ଥାନା ସବ୍ ଇନ୍ସପେକ୍ଟର ଗଙ୍ଗାଧର ବେହେରା ତଦନ୍ତ ଜାରି ରଖିଛନ୍ତି ।

Recent Post

Live Cricket Update