



ଯକ୍ଷ୍ମା ମୁକ୍ତ ଭାବେ ଘୋଷଣା ହେଲା ମଙ୍ଗଳପୁର
ଜେ ବି ଏନ, ୧୬/୦୩/୨୦୨୧, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ମଙ୍ଗଳପୁରରେ ମୋ ଗାଁ ଯକ୍ଷ୍ମା (ଟି.ବି.) ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମଙ୍ଗଳପୁରକୁ ଯକ୍ଷ୍ମା (ଟି.ବି.) ମୁକ୍ତ ଭାବେ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଓ କବି ଦାସ, ଏସଟିଏସ ଗୀତରାଣୀ ପାଢ଼ୀ, ସରପଞ୍ଚଙ୍କ ପ୍ରତିନିଧି ଭାସ୍କର ଦାସ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଅନିତା ମହାନ୍ତି, ଆୟୁଷ ଡାକ୍ତର ମୈତ୍ରୀ ସଂଘମିତ୍ରା , ଆରବିଏସକେ ଏଏନଏମ୍ ପି. ଗୀତାଞ୍ଜଳି ଆଚାରି ,ଅରୁଣା ଏନଜିଓର କାଶୀନାଥ ସାହୁ, ଏ ଏନ ଏମ୍ ସିନେମା ନାଥ, ଅଙ୍ଗନୱାଡ଼ି ବିଜୟଲଷ୍ମୀ ଦାସଙ୍କ ସହ ଆଶା, ସ୍ଵେଚ୍ଛାସେବୀ ଓ ମଙ୍ଗଳପୁର ଗ୍ରାମବାସୀ ଉପସ୍ଥିତ ଥିଲେ । ଏକ ସଚେତନତା ରାଲି ବାହାର କରାଯାଇ ଗାଁ ପରିକ୍ରମା କରାଯାଇଥିଲା ।