ଗଣ୍ଠିଆପାଲି ଗ୍ରାମ ର ବିଦ୍ଯୁତ ସଂଯୋଗ କାଟ ପ୍ରତିବାଦରେ ଭୁକ୍ତା ସେକ୍ସସନ ଅଫିସର କୁ ଗ୍ରାମବାସୀ ଙ୍କ ଘେରାଉ 

ଗଣ୍ଠିଆପାଲି ଗ୍ରାମ ର ବିଦ୍ଯୁତ ସଂଯୋଗ କାଟ ପ୍ରତିବାଦରେ ଭୁକ୍ତା ସେକ୍ସସନ ଅଫିସର କୁ ଗ୍ରାମବାସୀ ଙ୍କ ଘେରାଉ 

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, (୧୬/୦୩ /୨୦୨୧)

ଅମ୍ବାଭୋନା :ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମ ରେ ଗତ ତିନି ଦିନ ଧରି ବିଦ୍ଯୁତ ସଂଯୋଗ କୁ ବନ୍ଦ କରାଯାଇଥିବାରୁ ଗ୍ରାମବାସୀ ଅନ୍ଧକାର ଘେରରେ ରହିଥିଲେ ।ଏହି ବିଦ୍ଯୁତ ସଂଯୋଗ ଦାବି ରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଭୁକ୍ତା ଗ୍ରୀଡ କୁ ପହଞ୍ଚି ସେକ୍ସସନାଳ ଅଫିସର କୁ ଘେରାଉ କରିଥିଲେ ।ସେଠାରେ ଦୀର୍ଘ ସମୟ ଧରି ବିଦ୍ଯୁତ କର୍ମଚାରୀ ଓ ଗ୍ରାମବାସୀ ମଧ୍ୟରେ ଆଲୋଚନା କରାଯାଇଥିଲା । ବିଦ୍ଯୁତ ବିଭାଗର ବୈମାତୃକ ମନୋଭାବ ଯୋଗୁଁ ଗଣ୍ଠିଆପାଲି ଗ୍ରାମ ର ତିନୋଟି ଟ୍ରାନଫରମା ସଂଯୋଗ କୁ ସଂପୂର୍ଣ୍ଣ କାଟି ଦେଇଥିଲେ । ଏ ସଂପର୍କରେ ପଚାରିଲେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ପାଳଟା ବିଦ୍ଯୁତ ବିଲ ନଦେଲେ ସବୁ ଦିନ ପାଇଁ ବିଦ୍ଯୁତ କାଟ କରାଯିବାକୁ ପ୍ରଶାସନିକ ଧମକ ଦିଆଯାଉଥିଲା । ତିନି ଧରି ବିଦ୍ଯୁତ କାଟ ଯୋଗୁଁ ଗ୍ରାମବାସୀ ହନ୍ତ ସନ୍ତ ହେବାରୁ ଭୁକ୍ତା ସେକ୍ସସନାଳ ଅଫିସର କୁ ଘେରାଉ କରିବାକୁ ବାଧ୍ୟ ହୋଇଥିଲେ । ଗ୍ରାମବାସୀ ଓ ବିଦ୍ଯୁତ କର୍ମଚାରୀ ମଧ୍ୟ ହତାହତି ଦେଖାଯାଇ ଉତ୍ତେଜନା ଦେଖାଯାଇଥିଲା । ଏସଂପର୍କରେ ଅମ୍ବାଭୋନା ପୁଲିସ୍ ଖବର ପାଇ ଘଟଣା ସ୍ଥଳ କୁ ପହଞ୍ଚିଥିଲେ । ସେଠାରେ ବିଦ୍ଯୁତ ବିଭାଗ ଏସଡିଓ ସୁବ୍ରତ ସେଠ,ଏଏସଆଇ ଶରତକୁମାର ମିଶ୍ର ପ୍ରମୁଖ ଗ୍ରାମବାସୀ କୁ ବୁଝା ସୁଝା କରିବା ପରେ ଉତ୍ତୋଜନା ଶାନ୍ତ ପଡିଥିଲା । ବିଦ୍ଯୁତ ବିଭାଗ କର୍ମଚାରୀ ଗଣ୍ଠିଆପାଲି ଗ୍ରାମ କୁ ଯାଇ ବିଦ୍ଯୁତ ସଂଯୋଗ ଦେଇଥିଲେ ।ଗ୍ରାମବାସୀ କହିବା ଅନୁସାରେ ଯେ ଗଣ୍ଠିଆପାଲି ଗ୍ରାମ ରେ ବେଆଇନ ଭାବେ ଇଟା ଭାଟି ରେ ଶହ ଶହ ବିଦ୍ଯୁତ ବଳ ଜଳୁଥିବା ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । କେବଳ ଗୋଟିଏ ବଳ ଜାଳିଲେ ହଜାର ହଜାର ଟଙ୍କା ବିଳ ଆଦାୟ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଏବାବଦରେ ବିଦ୍ଯୁତ ବିଭାଗ ପଚାରିଲେ ଗଣ୍ଠିଆପାଲି ଗ୍ରାମ ରେ ବିଦ୍ଯୁତ ବିଲ ଅସୁଲି ନହେବାରୁ ଆମ୍ଭେ ବାଧ୍ଯ ହୋଇ ଗଣ୍ଠିଆପାଲି ଗ୍ରାମ ବିଦ୍ଯୁତ ସଂଯୋଗ ବନ୍ଦ କରିଥିଲୁ ଏବଂ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଗ୍ରାମବାସୀ ବକେୟା ବିଲ ପୈଠ କରିବେ ବୋଲି ପ୍ରକାଶ କରିଥିଲେ ।

Recent Post

Live Cricket Update