୫ ବର୍ଷିୟ ପୁରେନ୍ଦ୍ରଙ୍କର ଅସ୍ତ୍ରୋପଚାର ସଫଳ 

୫ ବର୍ଷିୟ ପୁରେନ୍ଦ୍ରଙ୍କର ଅସ୍ତ୍ରୋପଚାର ସଫଳ 

ଜେ ବି ଏନ, ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ  : – ପାଲଲହଡା ବ୍ଲକ ଖମାର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁତରିମୁଣ୍ଡା ଗ୍ରାମର ଶ୍ରୀ ରୁଦ୍ର ଗାଗରାଇଙ୍କର ୫ ବର୍ଷର ପୁତ୍ର ପୁରେନ୍ଦ୍ର ଗାଗରାଇ ଏକ ଆକସ୍ମିକ ଅଗ୍ନି ଦୁର୍ଘଟଣାରେ କିଛି ଦିନ ପୂର୍ବରୁ ଗୁରୁତର ଭାବେ ପୋଡି ଯାଇଥଲେ । ଗରିବ ପରିବାରର ପୁରେନ୍ଦ୍ରଙ୍କର କଟିଳ ଅସ୍ତ୍ରୋପଚାର ତୁରନ୍ତ ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଂକର ସ୍ବାଇଁ ଟ୍ରିଟର ମାଧ୍ୟମରେ ଜାଣିଲା ପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଶ୍ରୀ ରବି ନାରାୟଣ ମାଝି ଏବଂ ସ୍ଥାନୀୟ ଚିକିସୂକଂକୁ ଆହତ ପୁରେନ୍ଦ୍ରଙ୍କ ଘରକୁ ଯାଇ ତୀକ ସ୍ଵାସ୍ଥ୍ୟ ଅବସ୍ଥାର ସବିଶେଷ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିଲା ପରେ ରେଡକ୍ରସ ତରଫରୁ ୪ହଜାର ଟଙ୍କା ଆହତଙ୍କ ପରିବାରକୁ ପ୍ରଦାନ କରାଯାଇଥୁବା ବେଳେ ତାଙ୍କୁ ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ( RBSK ) ଅଧୁନରେ ମାଗଣାରେ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଶ୍ରୀରାମ ଚନ୍ଦ୍ର ଇଂଜ ମେଡିକାଲ କଲେଜ , କଟକକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ସଫଳ ଭାବରେ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ତାଂକର ସ୍ଵାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । ପୁରେନ୍ଦ୍ର ଏକ ପ୍ରକାର ନୂଆ ଜୀବନ ପାଇଥୁବାରୁ ତାଙ୍କ ପରିବାର ଖୁସି ଅଛନ୍ତି ଜଣାପଡିଛି ।

Recent Post

Live Cricket Update

× How can I help you?