ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଅନ୍ତର୍ଗତ ଅଭିଭାବକ ବୈଠକ ଅନୁଷ୍ଠିତ
ଜେ ବି ଏନ, ୧୬/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଅନ୍ତର୍ଗତ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଂକର ସ୍ବାଇଁ ଅଧ୍ୟକ୍ଷତା କରି ଏହି ଯୋଜନାରେ ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀ କିପରି ଅଧୁକ କୁଶଳୀ ଓ ସ୍ବାବଲମ୍ବୀ ହୋଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ବିଭାଗୀୟ ଅଧୁକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଆଜିର ପ୍ରତିଯୋଗିତା ପୂର୍ଷ ନିଯୁକ୍ତି ପରିବେଶରେ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ବଜାରର ଆବଶ୍ୟକତା ଅନୁଯାୟୀ କୁଶଳୀ ହେବାକୁ ପଡିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥୁଲେ । ଯୁବକ ଯୁବତୀମାନେ ନିଜେ ସ୍ବାବଲମ୍ବୀ ହେ ଲେ ପରିବାର ପ୍ରତି ପୋଷଣ କରିବା ସହିତ ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ ପ୍ରକାଶ କରିଛନ୍ତି । ୨୦୧୯ – ୨୦ ଆର୍ଥିକ ବର୍ଷରେ ଜିଲ୍ଲାର ୬ହଜାର ୧୦୪ ଜକୁ ମୋବିଲାଇଜ୍ କରାଯାଇଥିଲା ବେଳେ ୮୪୧ ଜଣ ତାଲିମ ଗ୍ରହଣ କରିଥୁଲେ ଏବଂ ସେଥୁମଧ୍ୟରୁ ୫୮୦ ଜଣ ନିଯୁକ୍ତ ପାଇଥୁଲେ । ସେହିପରି ୨୦୨୦ – ୨୧ ଆର୍ଥିକ ବର୍ଷରେ କୋଭିଡ କଟକଣା ମଧ୍ୟରେ ୧୭୧୭ ଜକୁ ମୋବିଲାଇଜ୍ କରାଯାଇଥିଲା ବେଳେ ୩୪୧ ଜଣ ତାଲିମ ଗ୍ରହଣ କରିଥିଲେ ଏବଂ ୫ ଜଣ ନିଯୁକ୍ତି ପାଇଛନ୍ତି ବୋଲି ଓରମାସର ଉପ କାର୍ଯ୍ୟନିର୍ବାହୀ : । ଅଧୁକାରୀ ଶ୍ରୀ ସୌରଭମୟ ଦାସ ଏହି ବୈଠକରେ ସୂଚନା ଦେଇ ଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥୁବା ଅଭିଭାବକମାନେ ତାଂକରି ପୁଅ ଝିଅ ମାନେ ସ୍ବାବ ଲମ୍ବୀ ହେବା ଦ୍ବାରା ପରିବାର ସୁଦୃଢ ହୋଇ ପାରିଛି ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ଅତିରିକ୍ତ । ପ୍ରକଳ୍ପ । ନିର୍ଦ୍ଦେଶକ ବିଶ୍ୱ ରଂଜନ ରଥ , ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ବର ଗୌଡ , ମିଶନ ଶକ୍ତିର ଡିପିସି ଶ୍ରୀ ବସନ୍ତ ମଲ୍ଲିକ , ପ୍ରକଳ୍ପ ସଂଯୋଜକ ଓଡିଶା ଜୀବିକା ମିଶନ ଶ୍ରୀ ଚନ୍ଦନ କୁମାର ବେହେରା ଓ ମହିଳା ପଲିଟେକନିକ ମହାବିଦ୍ୟାଳୟର ପ୍ରଶିକ୍ଷିକା ଲୋପାମୁଦ୍ରା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।