ଟ୍ରକ ଧକ୍କାରେ ମହିଳା ମୃତ : ଲଗାମ୍ ବିହୀନ ଠିକାଦାର ସଂସ୍ଥା

 ମରଣଯନ୍ତା ପଲଟିଛି ଏନ୍ଏଚ୍- ୫୫ : ଟ୍ରକ ଧକ୍କାରେ ମହିଳା ମୃତ

ଜେ ବି ଏନ୍ ୦୩/୧୭/୨୦୨୧ (ରିପୋର୍ଟ ସୁବ୍ରତ ସାମଲ) ଢେଙ୍କନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ କାଉଁରିଆପାଳ ଗ୍ରାମ ୫୫ ନଂ ଜାତୀୟ ରାଜପଥରେ ଓଡ଼ାପଡ଼ା ବ୍ଲକ୍ କାଉଁରିଆପାଳ ଗ୍ରାମ ନିକଟ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ଏହି ରାଜପଥରେ ଆଜି ଅପରାହ୍ନରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ,ଗତ କାଲି ଅପରାହ୍ନ ୫ଟା ବେଳେ ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ପ୍ରଶାନ୍ତ କୁମାର ମହାନ୍ତି ଏକ ସ୍କୁଟି ( ଓଡି ୧୯କେ -୦୯୨୨ ) ରେ ସ୍ତ୍ରୀ ଲୁସି ମହାନ୍ତି ( ୨୮ ) ଓ ୪ ବର୍ଷର ପୁଅକୁ ବସାଇ ଢେଙ୍କାନାଳ ଅଭିମୁଖେ ଯାଉଥିଲେ । ୫୫ ନମ୍ଵର ଜାତୀୟ ରାଜପଥ କାଉଁରିଆପାଳ ଗ୍ରାମ ନିକଟରେ ସଂକେତ ବିହୀନ ପଡ଼ି ରହିଥିବା ମାଟି ଉପରେ ସ୍କୁଟିଟି ଖସିଯିବାରୁ ଗାଡିରେ ବସିଥିବା ୩ଜଣ ଯାକ ରାସ୍ତା ଉପରେ ପଡ଼ି ଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଟ୍ରକ୍ (ଏମ୍ଏଚ୍ ୧୪ ଏଚଜି – ୭୦୧୯ ) ଲୁସି ମହାନ୍ତିଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡି ନେଇ ଫେରାର ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ପଠାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଝାରଗାଡିଆ ଫାଣ୍ଡି ନିକଟରେ ପୁଲିସ ଜବତ କରାଯାଇଥିବା ସୂଚନା ମିଳିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକାଦାରଙ୍କର ବେପରୁଆ କାର୍ଯ୍ୟ ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଠିକାଦାରଙ୍କ ଉପରେ ପ୍ରଶାସନର ଅଙ୍କୁଶ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Recent Post

Live Cricket Update