ହାତୀ ଆକ୍ରମଣରେ ଜଣେ ମୃତ 

ହାତୀ ଆକ୍ରମଣରେ ଜଣେ ମୃତ

(ଜେ ବି ଏନ /ସୁବ୍ରତ କୁମାର) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଅନ୍ତର୍ଗତ ତାମଣ୍ଡା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ତାମଣ୍ଡା ଗ୍ରାମର ଗୌରାଙ୍ଗ ଚରଣ ଜେନା ( ୭୦ )ପିତା ହୃଷୀକେଶ ଜେନା । ସୂଚନା ମୁତାବକ ସକାଳୁ ଗୌରାଙ୍ଗ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଅପରାହ୍ନ ସୁଦ୍ଧା ସେ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲର ଏକ ବୁଦା ନିକଟରେ ଗୌରାଙ୍ଗଙ୍କ ମୃତଦେହ ପଡ଼ିଥିଲା । ନିକଟରେ ହାତୀ ପାଦ ଚିହ୍ନଟ ରହିଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରି ଦଳୀ ଦେଇଥିବା ଜଣାପଡ଼ିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚିକିତ୍ସାଳୟ ପଠାଇଛନ୍ତି । ମୃତ ଗୌରାଙ୍ଗଙ୍କ ପରିବାରକୁ ବନ ବିଭାଗ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି

Recent Post

Live Cricket Update