ପ୍ରକାଶପୁର ରେ ଛେଳି ଓ ମେଣ୍ତା ପାଳନ ସଂପର୍କରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ 

 ପ୍ରକାଶପୁର ରେ ଛେଳି ଓ ମେଣ୍ତା ପାଳନ ସଂପର୍କରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ 

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, (୧୭/୦୩/୨୦୨୧) ଅମ୍ବାଭୋନା: ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପ୍ରକାଶପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର ଠାରେ ବରଗଡ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଦୁଇ ଦିନ ଧରି ଛେଳି ଓ ମେଣ୍ତା ପାଳନ ସଂପର୍କରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ ର ପ୍ରଥମ ଦିନ ବରଗଡ ଉପଖଣ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁବୋଧ କୁମାର ରଥ , ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ବିକାଶ ଅଗ୍ରଔଳ ଦ୍ବିତୀୟ ଦିନ ରେ ସିଡିଭିଓ ଡାକ୍ତର କୁଞ୍ଜବିହାରୀସାହୁ,ଭଟଲି ବିଭିଓ ଡାକ୍ତର ବିଶ୍ବ ରଞ୍ଜନ ପ୍ରଧାନ,ଡୁଙ୍ଗୁରୀ ଏଲଆଇ ସସ୍ମିତା ବିଶ୍ବାଳ,ପ୍ରକାଶପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ପରିଡା ପ୍ରମୁଖ ଯୋଗଦେଇ ଛେଳି ଓ ମେଣ୍ତା ପାଳନ ସଂପର୍କରେ ଆଳୋଚନା କରି ଛେଲି ଓ ମେଣ୍ତା ପାଳନ ମାଧ୍ୟମରେ ଜୀବିକା ନିର୍ବାହ, ବିଭିନ୍ନ ପ୍ରଜାତି,ପରିଚଳନ,ଘର,ଖାଦ୍ୟ,ରୋଗ ଓ ନିରାକରଣ ,ପ୍ରଜନନ,ଫାର୍ମ ର ନିତିଦିନିଆ କାର୍ଯ୍ଯ,ଏବଂ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ଯୋଗିକ ଯୋଜନା ଅନୁସାରେ ସରକାରୀ ସହାୟତା ଓ ଚିକିତ୍ସା ସୁବିଧା ସଂପର୍କରେ ସୂଚନା ଦେଇଥିଲେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଭୈନାତୋରା ଏଲଆଇ ମନବୋଧ ଭୋଇ,କୁମ୍ମୋ ଏଲଆଇ ନାରାୟଣ ସୁନାନୀ,କହ୍ନେଇପାଲି ଏଲଆଇ ରବି ମେହେର, ଡୁୁଙ୍ଗୁରୀ ଏଲଆଇ ଆଲୋକ ନାରଙ୍ଗ ,ଗୋ ମିତ୍ର କମଳ ପଟେଲ,ବଳିଷ୍ଠ ପଧାନ,ମନୋଜ ପଟେଲ,ନରେଶ ମେହେର,ଶିବ ବାଗ,ଆଶିଷ ପଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ ରେ ବ୍ଳକ ର ୨୦ ଜଣ ଚାଷୀ ପ୍ରଶିକ୍ଷଣ ର ନେଇଥିଲେ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତତ ଶ୍ରୀକାନ୍ତ ପରିଡା ସୂୂଚନା ଦେଇଥିଲେ ।

Recent Post

Live Cricket Update