ପାଣି ପାଇଁ ରାସ୍ତାରୋକ କଲେ ସାହିବାସିନ୍ଦା
ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବେଗୁନିଆପଡା ( ୧୭.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ.ବରିଡ଼ା ପଞ୍ଚାୟତର ନିମିନା ଛକରେ ପାଣି ପାଇଁ ଆଖପାଖ ସାହି ବାସିନ୍ଦା ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ସମୟରେ ହାଣ୍ଡି, ମାଠିଆ,ବାଲତିକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା । ପାନୀୟ ଜଳ ସୁବିଧା ନଥିବା ଫଳରେ ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାସ୍ତାକୁ ଓଲ୍ଲାଇଥିଲେ ସହି ବାସିନ୍ଦା । ରାସ୍ତାରୋକ କରୁଥିବା ବିକ୍ଷୋଭକାରୀ ମାନେ କହିଛନ୍ତି ଯେ ଖରା ଦିନ ଆରମ୍ଭ ନହେଉଣୁ ଯଦି ପାଣି ସମସ୍ୟା ଦେଖାଦେଲାଣି ତେବେ ଆସୁଥିବା ଖରା ଦିନରେ ପାଣି ପାଇଁ ଉତ୍କଟସମସ୍ୟା ଦେଖାଯିବ ବୋଲି କହିଛନ୍ତି । ବିକ୍ଷୋଭକାରୀ ମାନଙ୍କ ଗୋଟିଏ ଦାବୀ ଆମକୁ ସବୁ ଦିନ ପାଣି ଦରକାର । ଆମକୁ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ରାସ୍ତା ରୋକ ହଟିବ ନାହିଁ ବୋଲି କହିଥିଲେ । ଏହା ପରେ ରାସ୍ତାରୋକ ସ୍ଥାନକୁ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପହଁଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ବିକ୍ଷୋଭକାରୀ ରାସ୍ତାରୋକରୁ ହଟିଥିଲେ । ପରେ ଵ୍ଳକ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ପହଁଚି ସାହି ବାସିନ୍ଦାଙ୍କୁ ପାଣି ସମସ୍ୟା ଦୂର କରିବା ଲାଗି ପ୍ରତିଶୃତି ଦେଇଥିଲେ ।