ଘର ନଛାଡ଼ିବାରୁ ରାଜଧାନୀରେ ଭଡ଼ାଟିଆଙ୍କୁ ଆକ୍ରମଣ

 ଘର ନଛାଡ଼ିବାରୁ ରାଜଧାନୀରେ ଭଡ଼ାଟିଆଙ୍କୁ ଆକ୍ରମଣ

 

 

ଜେ ବି ଏନ, ୧୭/୦୩/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ୱର: ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଘର ଭଡ଼ାଟିଆଙ୍କୁ ଆକ୍ରମଣ ସହ ଆସବାବପତ୍ର ଭଙ୍ଗାରୁଜା ଅଭିଯୋଗ ହୋଇଛି। ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ଭଡ଼ା ଘରେ ପଶି ୧୦ରୁ ଅଧିକ ଲୋକେ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ବର୍ଷ ହେଲା ଏନ-୩ ଅଞ୍ଚଳରେ ଭଡ଼ାଡାରେ ରହିଆସୁଥିଲେ। ହେଲେ ଗତକାଲି ଅପରାହ୍ଣରେ ତାଙ୍କ ଘର ଖାଲି କରିବାକୁ କୁହାଯିବାରୁ ସେ ତୁରନ୍ତ ଘର ଛାଡ଼ିପାରିବେ ନାହିଁ ବୋଲି ମନା କରିଥିଲେ। ଫଳରେ ୨୦ରୁ ୩୦ଜଣ ଲୋକେ ତାଙ୍କ ଘରେ ଜୋରଜବରଦସ୍ତ ପଶିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଏନେଇ ନୟାପଲ୍ଲୀ ପୋଲିସ ୧୪ଜଣଙ୍କୁ ଅଟକ ରଖିଥିବା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଥିଲେ। ପରେ ଜଣେ ହାବିଲଦାରଙ୍କ ସହ ୧୭ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ। ଘର ଦଖଲକୁ ନେବା ଉଦ୍ୟମ କରି ମାରପିଟ ଅଭିଯୋଗ ହୋଇଥିଲା। ସେଠାରେ କିଛି ବାଉନ୍ସର ଓ ଅସାମାଜିକ ତତ୍ତ୍ୱ ଥିଲେ। ଏପରିକି ଘର ମାଲିକଙ୍କ ଉପସ୍ଥିତିରେ ସେମାନେ ଆସି ଭଙ୍ଗାରୁଜା କରିଥିଲେ। ମୋ ଉପରକୁ ଆକ୍ରମଣ କରିଥିଲେ। ମୋର ମୋବାଇଲ ଓ ଅଫିସ୍ ଫାଇଲପତ୍ର ନେଇଯାଇଛନ୍ତି।

 

ସେଠାରେ କିଛି ବାଉନ୍ସର ଓ ଅସାମାଜିକ ତତ୍ତ୍ୱ ଥିଲେ। ଏପରିକି ଘର ମାଲିକଙ୍କ ଉପସ୍ଥିତିରେ ସେମାନେ ଆସି ଭଙ୍ଗାରୁଜା କରିଥିଲେ। ମୋ ଉପରକୁ ଆକ୍ରମଣ କରିଥିଲେ। ମୋର ମୋବାଇଲ ଓ ଅଫିସ୍ ଫାଇଲପତ୍ର ନେଇଯାଇଛନ୍ତି।

 

ଏହି ଘଟଣା ରେ କିଛି ପ୍ରଭାବ shali ଲୋକ ଙ୍କ ହାତ ଥିବା ମଧ୍ୟ ବିଶେଷ ସୂତ୍ର ରୁ ଜଣା ପଡିଛି।

 

Recent Post

Live Cricket Update