Warning: Trying to access array offset on value of type bool in /home/jagratbharatnewsin/jagratbharatnews.in/wp-content/plugins/elementor-pro/modules/dynamic-tags/tags/post-featured-image.php on line 36

ମୁମ୍ବାଇ ପୋଲିସ କମିଶନର ପଦରୁ ହଟିଲେ ପରମବୀର ସିଂହ

ଜେ ବି ଏନ, ୧୭/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ମୁମ୍ବାଇ : ଆଣ୍ଟିଲିଆ ମାମଲା ମୁମ୍ବାଇ ପୋଲିସର ଏବେ କାୟାକଳ୍ପ କରିବାକୁ ଯାଉଛି। ପୋଲିସ କମିଶନର ପଦରୁ ପରମବୀର ସିଂହଙ୍କୁ ବୁଧବାର ହଟାଇ ଦିଆଯାଇଛି। ତାଙ୍କୁ ହୋମଗାର୍ଡ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ଅବସ୍ଥାପିତ କରାଯାଇଛି। ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇ ବାସଭବନ ସମ୍ମୁଖରେ ଜିଲୋଟିନ ଭରା ଗାଡି ରଖି ଧମକାଇବା ମାମଲାରେ କ୍ରାଇମବ୍ରାଞ୍ଚ ଅଧିକାରୀ ସଚ୍ଚିନ ୱାଜେଙ୍କୁ ଏନଆଇଏ ଗିରଫ କରିଛି। ଏଣୁ ମାମଲାରେ କମିଶନର ପରମବୀର ସିଂହଙ୍କ ପ୍ରତି ଅଙ୍ଗୁଳି ଉଠୁଥିଲା।

ଆଣ୍ଟିଲିଆ ମାମଲାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିକଟରେ ଗଣମାଧ୍ୟମକୁ କହିଥିଲେ। ଏଥିରେ ସରକାର କାହାରିକୁ ଘଣ୍ଟ ଘୋଡ଼ାଉନଥିବା ପାୱାର କହିଥିବା ବେଳେ ସାମ୍ବାଦିକମାନେ ୱାଜେଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲେ। ମାମଲାରେ ତାଙ୍କୁ ଚାକିରୀରୁ ବରଖାସ୍ତ କରି ଦିଆଯାଇଥିବା ସେ ସୂଚିତ କରିଥିଲେ। ମାମଲାରେ ସରକାର କାହାକୁ ହେଲେ ସମର୍ଥନ କରନ୍ତିନି ବୋଲି ସେ କହିଥିଲେ। ତେବେ ପରମବୀର ସିଂହ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁର ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତକୁନେଇ ପ୍ରାଶ୍ନବାଚୀରେ ଥିଲେ। ଏଥିରେ ପୋଲିସ ଭୂମିକା କୁ ନେଇ ସନ୍ଦେହ ଉପୁଜିଥିଲା।

ପରମବୀର ସିଂହ ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ହରିୟାଣାରେ ଜନ୍ମିତ ସିଂହ ଦିଲ୍ଲୀରେ ଉଚ୍ଚଶିକ୍ଷା ପ୍ରାପ୍ତ କରିଛନ୍ତି। ୟୁପିଏସସି ପରୀକ୍ଷାରେ ସେ ଆଇଆରଏସ୍‌ କ୍ୟାଡରରେ ମନୋନୀତ ହୋଇଥିଲେ। ତେବେ ସେ ପୁଣି ପରୀକ୍ଷା ଦେଇ ଆଇପିଏସ୍‌ ହେବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ମୁମ୍ବାଇର ନୂଆ ସିପି ହେମନ୍ତ ନଗରାଲେ ୧୯୮୯-୯୨ ନକ୍ସଲ ଉପଦ୍ରୁତ ଚନ୍ଦ୍ରପୁର ଜିଲ୍ଲାରେ ଏଏସପି ଭାବେ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୯୨ ମସିହା ବାବ୍ରୀ ମସଜିଦ ଭଙ୍ଗାକୁ ନେଇ ସୋଲାପୁରରେ ସାମ୍ପ୍ରଦାୟିକ ଦଙ୍ଗା ନିୟନ୍ତ୍ରଣରେ ତାଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ଥିଲା।

Recent Post

Live Cricket Update

You May Like This