ପାଲଲହଡାର ସଫଳ କ୍ୟାପ୍ସିକମ୍ ଚାଷୀ ଦମ୍ପତ୍ତି 

ପାଲଲହଡାର ସଫଳ କ୍ୟାପ୍ସିକମ୍ ଚାଷୀ ଦମ୍ପତ୍ତି 

ଜେ. ବି. ଏନ୍, ରିପୋର୍ଟ, ସୁଶୀଲ କୁମାର ଆଇଚ, (୧୭/୦୩ /୨୦୨୧)  ଅନୁଗୋଳ: – ପାଲଲହଡାର ଶ୍ରୀ ଗିରିଧାରୀ ମହନ୍ତ ଏବଂ ତାଙ୍କର ସହଧର୍ମିଣୀ ଉଭୟ ସ୍ନାତକ ଡିଗ୍ରୀ ହାସଲ କରିବା ସତ୍ତ୍ବ ଚାଷକାର୍ଯ୍ୟକୁ ଆପଣେଇନେଇ ସଫଳତା ଲାଭ କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ସଫଳ କ୍ୟାପ୍ସିକମ୍ ଚାଷୀ ଶ୍ରୀ ମହନ୍ତ ପୂର୍ବବର୍ଷ ପରି ଏ ବର୍ଷ ମଧ୍ୟ କ୍ୟାପସିକମ୍ ଚାଷ କରି ବେଶ୍ ଲାଭବାନ ହୋଇପାରିଛନ୍ତି । ଚଳିତ ବର୍ଷ ୦.୫ ଏକର ଯାଗାରେ ୨ ହଜାର କ୍ୟାପସିକମ ଚାରା ଲଗାଇ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୫ହଜାର ଟଙ୍କା ରୋଜଗାର କରିବା ସହିତ ଆଗକୁ ଆଉ ୩୦ହଜାର ଟଙ୍କାର କ୍ୟାପସିକମ ବିକ୍ରି କରିବେ ବୋଲି ଆଶା ରଖିବାବେଳେ ଆସନ୍ତା ବର୍ଷ ଉଭୟେ ୧ ଏକର ଜମିରେ ଏହି ଚାଷ କରିବାକୁ ମନସ୍ତ କରିଛନ୍ତି । କିଲୋ ପିଛା ପାଖାପାଖ୍ ୫ଠ ଟଙ୍କାରେ ପାଲଲହଡ଼ା , ଅନୁଗୋଳ ଅଞ୍ଚଳର ପରିବା ବ୍ୟବସାୟୀଙ୍କୁ ସେ କ୍ୟାପ୍ସିକମ୍ ବିକ୍ରି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏହାସହିତ ତାଙ୍କର ଥିବା ଅନ୍ୟ ୫ ଏକର ଚାଷ ଜମିରେ ସେମାନେ ଆମ , କଦଳୀ ଏବଂ ପନିପରିବା ଆଦି ଚାଷ କରିଛି । ଗତ ବର୍ଷ କେବଳ କଦଳୀ ଚାଷରୁ ସେ ୨ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଏହି ଚାଷୀ ଦମ୍ପତ୍ତିଙ୍କର ଏକ ମାତ୍ର ପୁତ୍ର ଭୁବନେଶ୍ବରରେ ଯୁକ୍ତ ୨ର ଛାତ୍ର । ରାଜ୍ୟ ଉଦ୍ୟାନ ବିଭାଗ ସହଯୋଗରେ ପି.ବି.ଡି.ଏ ତାଙ୍କୁ ଆବଶ୍ୟକ ସାମଗ୍ରୀ ତଥା ବୈଷୟିକ ସହଯୋଗ ଯୋଗାଇ ଦେଇଥାନ୍ତି । ପି.ବି.ଡି.ଏର ସ୍ଵୟଂସହାୟକ ଗୋଷ୍ଠୀ ସେମାନଙ୍କର ପଲିହାସରେ କ୍ୟାପସିକମ୍ ଚାରା ପ୍ରସ୍ତୁତ କରି ସ୍ଥାନୀୟଚାଷୀ ମାନଙ୍କୁ ଯୋଗାଇଥାନ୍ତି।

Recent Post

Live Cricket Update