



୪୪ ତମ ଶ୍ରୀ ରାମ ଚରିତ ନବାନ୍ନ ପରାୟଣ
ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ/ଶୁଭମ ପାଣି , ( ୧୭/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ୪୪ ତମ ଶ୍ରୀ ରାମ ଚରିତ ନବାନ୍ନ ପରାୟଣ ସ୍ଥାନୀୟ ଝାଉଁଳି ପୋଖରି ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ଅଧିବାସ ରେ ସ୍ଥାନୀୟ କମ ଗରା ଘାଟରୁ ବିଧି ଅନୁସାରେ ପୂଜାର୍ଚନା କରାଯାଇ ବାଦ୍ୟ, ଘଣ୍ଟ o ସଙ୍କୀର୍ତ୍ତନ ଦ୍ଵାରା ବହୁ ସାଧୁ ସନ୍ତ ଙ୍କ ଦ୍ଵାରା କଳସ ଶୋଭା ଯାତ୍ରା ବଜାର ମଧ୍ଯ ଦେଇ ମଠ ପ୍ରାଙ୍ଗଣ ଙ୍କୁ ଅଣା ଯାଇଥିଲା। ଏଥିରେ ବହୁ ପଣ୍ଡିତ ଓ ସାଧୁ ସନ୍ଥ ଯୋଗଦାନ କରିଅଛନ୍ତି। ଏହି କାର୍ଯ୍ୟକ୍ରମ ତା. ୧୭ /୦୩ ଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରାତଃ ରାମାୟଣ ପାଠ, ସୂର୍ଯ୍ୟପୂଜା ଓ ହୋମ ଯଜ୍ଞ ସନ୍ଧ୍ୟା ସମୟରେ ଆସ୍ଥାନ କୁ ଠାକୁର ଙ୍କୁ ବିଜେ କରାଯାଇ ଆସନ୍ତା କାଲି ଠାରୁ ପ୍ରବଚକ ଶ୍ରୀ ଶ୍ରୀ ନାରାୟଣ ଦାସ, ମାନସ ରାଜହଂସ ଶିବବିବାହ ଉତ୍ସବ ଉପରେ ପ୍ରବଚନ ଆରମ୍ଭ କରିଥିଲେ।