ମୋଦି ପଠାଉଥିବା ବେଳେ ବିଜେଡ଼ି ଲୁଟୁଛି-ପୃଥ୍ୱୀରାଜ

ମୋଦି ପଠାଉଥିବା ବେଳେ ବିଜେଡ଼ି ଲୁଟୁଛି-ପୃଥ୍ୱୀରାଜ

ଜେ ବି ଏନ, ରିପୋର୍ଟ, ଚୈତନ୍ୟ ସାହୁ, ଅନୁଗୁଳ:ତା୧୭/୦୩:ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ କରନା ମୁକାବିଲା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଭାରତ ରେ ଦୁଇ ଦୁଇଟି ଟୀକା ପ୍ରସ୍ତୁତ ହେବା ସହ ସମଗ୍ର ଦେଶ କାହିଁକି 74 ଟି ଦେଶକୁ କରନା ଟୀକା ଦେଇ ଆଜି ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।ଏଥିପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଯେତେ ପ୍ରଶଂସା କଲେ କମ ହେବ ବୋଲି ସେ କହିଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ଦେଢ଼ ବର୍ଷ ହେଲା ୱାର୍କ ଓର୍ଡର ଦିଆ ଯାଉ ନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ,ଏବଂ କାମ୍ପା ଫଣ୍ଡ ରେ ବ୍ୟାପକ ଦୁର୍ନୀତି, ମନେରେଗା ରେ 900 କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା ପ୍ରକାଶ କରିଥିଲେ।ରାଜ୍ୟ ସରକାର ମିଥ୍ୟା କହି କେନ୍ଦ୍ର ଯୋଜନା କୁ ବାଧା ସୃଷ୍ଟି କରୁଛି ଏବଂ ମୋଦି ପଠାଉଥିବା ଅର୍ଥ କୁ ବିଜେଡି ଲୁଟୁଛି ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ। ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ସଂଗଠନ କୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ।ବିଜେପି ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟାଇ ବିଜେପିର 31 ଟି ମଣ୍ଡଳରେ କିଭଳି କାର୍ଯ୍ୟକ୍ରମ ହେବ ସେ ବିଷୟରେ ଆଲୋଚନା କରିଥିଲେ।ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଜିଲ୍ଲାରେ ଆଇନ ଶୃଙ୍ଖଳା, ମଣ୍ଡିରେ ଅବ୍ୟବସ୍ଥା ତଥା ଆଂଚଳିକ ସ୍ତରରେ ସମସ୍ୟା କୁ ନେଇ ଆନ୍ଦୋଳନ କରିବାକୁ ରୂପରେଖ ପ୍ରସ୍ତୁତ କରିଥିଲେ।,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ପୋୖର ନିର୍ବାଚନ, ଅଗସ୍ତି ବେହେରା ପଂଚାୟତ ନିର୍ବାଚନ ଉପରେ ଆଲୋକପାତ କରିଥିଲେ।ପ୍ରାକ୍ତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ଅଶୋକ ମହାନ୍ତି ମଣ୍ଡିରେ ବ୍ୟାପକ ହରିଲୁଟ ଚାଲିଥିବା ଉପରେ ପ୍ରକାଶ କରିଥିଲେ।କାର୍ଯ୍ୟକାରିଣୀ ରେ ମଣ୍ଡିରୁ ଧାନ ଉଠି ପାରୁନଥିବା, ତଥା ଚାଷୀ ମାନେ ଉପଯୁକ୍ତ ପ୍ରାପ୍ୟ ପାଉ ନ ଥିବା କୁ ନେଇ ପ୍ରସ୍ତାବ ଜିଲ୍ଲା ଉପସଭାପତି ନୃସିଂହ ବରାଳ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ ଜିଲ୍ଲା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଉପରେ ପ୍ରସ୍ତାବ ରଖିଥିଲେ, ସର୍ବସଂମତି ଭାବେ ପାରିତ ହୋଇଥିଲା। ଜିଲ୍ଲାର31ଟି ମଣ୍ଡଳରେ ସଂଗଠନ କୁ ଏକ ନମ୍ବର କରିବା ପାଇଁ କାର୍ଯ୍ୟକର୍ତା ଙ୍କୁ ଗୁରୁମନ୍ତ ଦିଆଯାଇ ଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ ,ସମସ୍ତ ପଦାଧିକାରୀ,ସମସ୍ତ ମଣ୍ଡଳ ସଭାପତି, ନିମନ୍ତିତ ସଦସ୍ୟ ସମସ୍ତ ମୋର୍ଚା ସଭାପତି,ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ,ଜିଲ୍ଲା ମିଡ଼ିଆସେଲ କୋଡ଼ିନେଟର ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।

Recent Post

Live Cricket Update