ମତେ ରକ୍ତ ଦିଅ ନ ହେଲେ ହାଣି ଦେବି

 ମତେ ରକ୍ତ ଦିଅ ନ ହେଲେ ହାଣି ଦେବି

 

 

ଜେ ବି ଏନ, ୧୮/୦୩ /୨୦୨୧, ରିପୋର୍ଟ, ଦିଲ୍ଲୀପ କୁମାର ବେହେରା , କଟକ : ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି କିନ୍ତୁ ଏହା ସତ ମତେ ରକ୍ତ ଦିଅ ନ ହେଲେ ହାଣି ଦେବି l କାଲି କଟକରେ ଏହି ଭଳି ଏକ ଘଟଣା ଘଟିଛି l ସେଠାରେ ଜୀବନ୍ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି l ଏହା 14 ତାରିଖ ରୁ ଆରମ୍ଭ ହୋଇ 21 ତାରିଖ ଯାଏଁ ଚାଲିବ l ତେବେ କାଲି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ କଥା କୁ ଓଲଟା କରି ( ମତେ ରକ୍ତ ଦିଅ ମୁଁ ତୁମ କୁ ସ୍ଵାଧୀନତା ଦେବି), କିଛି ଅସାମାଜିକ ଯୁବକ ଜୋର୍ ଜବରଦସ୍ତ ରକ୍ତ ଦିଅ ନ ହେଲେ ହାଣି ଦବୁ କହି କିଛି କଲେଜ ବିଦ୍ୟାର୍ଥୀଙ୍କୁ ଧମକାଇବା ଦେଖିବାକୁ ମିଳିଥିଲା l ତେବେ ଏହି ଘଟଣା କୁ ନେଇ ବିଦ୍ୟାର୍ଥୀ ମାନେ ଥାନାର ଦ୍ୱାରସ୍ଥ ମଧ୍ଯ ହେଇ ଥିଲେ l ଜନ ସାଧାରଣଙ୍କ ମନରେ ଏବେ ପ୍ରଶ୍ନ, ରକ୍ତ ଦବୁ ନା ରକ୍ତ ବୁହାଇବୁ ??? ପ୍ରକାଶ ଥାଉକି ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ଅଭିନେତା ସାମିଲ ଥିବା ର ଲକ୍ଷ୍ୟ କରା ଯାଇଛି l ରାଜନୈତିକ କାର୍ଯ୍ୟ ପାଇଁ ନିରୀହ ବିଦ୍ୟାର୍ଥୀ ଓ ଜନତା ବଳି ନ ପଡନ୍ତୁ l

 

Recent Post

Live Cricket Update