କପିଳାସରେ ବାବା ଚନ୍ଦ୍ରଶେଖରଙ୍କ ହେବ ସୁନାବେଶ ସୁନା ଓ ଅର୍ଥ ଦାନ ପାଇଁ ଜିଲ୍ଲାପାଳ କଲେ ଅନୁରୋଧ 

କପିଳାସରେ ବାବା ଚନ୍ଦ୍ରଶେଖରଙ୍କ ହେବ ସୁନାବେଶ ସୁନା ଓ ଅର୍ଥ ଦାନ ପାଇଁ ଜିଲ୍ଲାପାଳ କଲେ ଅନୁରୋଧ 

 

ଜେ. ବି. ଏନ୍ ( ୧୮/୦୩/୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କୈଳାସ ତଥା ଢେଙ୍କାନାଳର କପିଳାସ । ବାବା ଚନ୍ଦ୍ର ଶେଖରଙ୍କ ମହିମା ବିଜେ ସ୍ଥଳୀ। ରାଜ୍ୟ ଓ ଦେଶ ବିଦେଶରେ ଏକ ସ୍ଵତନ୍ତ୍ର ପରିଚୟ ରହିଛି। ଏହି ପୀଠରେ ଯିଏ ଯାହା ମନାସି ଥାଏ ତାହା ପୂରଣ ହୁଏ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି । ଏହି ପୀଠରେ ବିଭିନ୍ନ ସମୟରେ ନୀତି କାନ୍ତି ଅନୁଯାଇ ପର୍ବ ପର୍ବାଣୀ ଅନୁଷ୍ଠିତ ହେଉଥିବା ବେଳେ ସୁନାବେଶ ପରମ୍ପରାରେ ଠାକୁରଙ୍କ ବେଶସ ସୁନା ଗହଣା ନଥିବାରୁ ଠାକୁରଙ୍କ ସୁନା ମୁକୁଟ, ସୁନା ନାଗ ଓ ଅନ୍ୟାନ୍ୟ ସୁନା ଗହଣା ପ୍ରସ୍ତୁତ କରିବା ପାଇଁ ଦାନ ସୂତ୍ରରେ ସୁନା ଓ ଅର୍ଥ ଶ୍ରଦ୍ଧାଳୁ ଭକ୍ତ ମାନଙ୍କଠାରୁ ଗ୍ରହଣ କରାଯିବ ବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି।

ତେବେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଦେବତ୍ତର ବିଭାଗ ପକ୍ଷରୁ କପିଳାସ ପିଠରେ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କର ସୁନାବେଶ ପାଇଁ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲା ଶଶାଙ୍କ ଶେଖର ଦାସ, ଉପ ଜିଲ୍ଲାପାଳ ସଦର ସାଫଲ୍ୟ ମଣ୍ଡିତ ପ୍ରଧାନ,ଯୁବରାଜ ଅମର ଜ୍ୟୋତି ସିଂହଦେଓ, ଜିଲ୍ଲା ପକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଓ ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରି ଗଣମାଧ୍ୟମର ପ୍ରତିନିଧି, କପିଳାସ ମନ୍ଦିର ପୁଜକ,ସାମାଜିକ କର୍ମୀମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ନାମରେ ଏକ ସ୍ଵତନ୍ତ୍ର ୱେବପୋଟଲ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Recent Post

Live Cricket Update